ବିଧାୟକ ଦେବୀ ମିଶ୍ରଙ୍କ ଘରେ ସିବିଆଇ

ଭୁବନେଶ୍ୱର,୧୮|୯(ଏନ୍ ନ୍ଯୁଜ୍‌) ବିଜେଡି ବିଧାୟକ ଦେବୀ ମିଶ୍ରଙ୍କ ଘରେ ସିବିଆଇ ରେଡ କରିଛି। ବହୁ ଚର୍ଚ୍ଚିତ ସି-ସୋର ଚିଟଫଣ୍ଡ ସଂପୃକ୍ତିରେ ସିବିଆଇ ରେଡ କରିଥିବା ସୂଚନା ମିଳିଛି। ପ୍ରଥମେ ଭୁବନେଶ୍ୱର ଯୁନିଟ୍ ୧ ସ୍ଥିତ ସରକାରୀ ବାସ ଭବନରେ ପ୍ରାୟ ୩ ଘଣ୍ଟା କାଳ ପଚରା ଉଚର କରିଥିଲା। ପରେ ତାଙ୍କ କଟକ ଜିଲ୍ଲା ନରସିଂହପୁର ସ୍ଥିତ ଘରେ ସିବିଆଇ ରେଡ କରିଥିଲା। ଦେବୀଙ୍କୁ ମହାନଦୀ ବୋଟିଂ ପ୍ରକଳ୍ପ ସମ୍ପର୍କରେ ପଚରା ଉଚରା କରିବା ସହ ଏଥିରେ ସମ୍ପର୍କିତ କାଗଜ ପତ୍ର ମାଗିଥିବା ସୂଚନା ମିଳିଛି। କିଛି ଗୁରୁତ୍ଵପୂର୍ଣ୍ଣ କାଗଜ ପତ୍ର ମଧ୍ୟ ସିବିଆଇ ସାଥୀରେ ନେଇଥିବା ଜଣାପଡିଛି। ତେବେ ସିବିଆ ଦଳକୁ ସହଯୋଗ କରିବା ସହିତ ସମସ୍ତ ତଥ୍ୟ ଦେଇଥିବା ଦେବୀ ଗଣମାଧ୍ଯମକୁ ପ୍ରତିକ୍ରୀରେ କହିଛନ୍ତି। ଯେତେବେଳ ସିସୋର ପ୍ରସଙ୍ଗ ଉଠିଥିଲା ସେତେବେଳେ ସେ ପର୍ଯ୍ୟଟନ ମନ୍ତ୍ରୀ ଥିଲେ, ସେତେବେଳେ ନେଇଥିବା ନିଷ୍ପତି ତାଙ୍କର ନିଜସ୍ଵ ନଥିଲା, ସରକାରଙ୍କର ଥିଲା ବୋଲି ଦେବୀ ମିଶ୍ର କହିଛନ୍ତି।

Leave a Reply

Your email address will not be published.