ବର୍ଷୀୟାନ ଅଭିନେତା ଅଜିତ୍‌ ଦାସ ଆରପାରିରେ

ଭୁବନେଶ୍ୱର,୧୩।୯(ଏନ୍‌ ନ୍ଯୁଜ୍‌) ଓଡ଼ିଆ ଚଳଚ୍ଚିତ୍ର ଜଗତର ବର୍ଷୀୟାନ ଅଭିନେତା ଅଜିତ୍ ଦାସ ଆରପାରିରେ । ତାଙ୍କର ୭୧ ବର୍ଷ ବୟସରେ ବିୟୋଗ ହୋଇଛି। ସେ କରୋନା ପିଡିତ ହୋଇ ଏକ ଘରୋଇ ଚିକିତ୍ସାଳୟରେ ଚିକିତ୍ସାଧିନ ଥିଲେ। ତାଙ୍କ ମୃତ୍ୟୁରେ ଓଡ଼ିଶା ସିନେ ଜଗତରେ ଏକ ଯୁଗର ଅନ୍ତ ଘଟିଲା । ଦୀର୍ଘ ଦଶନ୍ଧି ଧରି ସେ ଓଡ଼ିଆ ଦର୍ଶକଙ୍କୁ ନିଜ କଳାର ଯାଦୁରେ ବାନ୍ଧି ରଖିପାରିଥିଲେ। ସେ ୧୯୪୯ ମସିହା ଜାନୁଆରୀ ୨୦ ତାରିଖରେ ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆରେ ଜନ୍ମ ଲାଭ କରିଥିଲେ। ସେ ଉତ୍କଳ ସଂଗୀତ ନାଟକ ମହାବିଦ୍ୟାଳୟର ବିଭାଗୀୟ ମୁଖ୍ୟ ଭାବେ ଅବସର ଗ୍ରହଣ କରିଥିଲେ। ‘ଅଜିତ୍‌’ ନାମରେ ଏକ ନାଟ୍ୟ ସସ୍ଥା ସୃଷ୍ଟି କରି ନୂତନ କଳାକାରଙ୍କ ପାଇଁ ସୁଯୋଗ ସୃଷ୍ଟି କରିଥିଲେ। . “ନ୍ୟାସନାଲ ସ୍କୁଲ ଅଫ୍ ଡ୍ରାମା ” ରୁ ଡିପ୍ଲୋମା ହାସଲ କରିଥିଲେ। ପ୍ରଥମେ ୧୯୭୬ ମସିହାରେ ‘ସିନ୍ଦୁର ବିନ୍ଦୁ’ ଚଳଚିତ୍ରରୁ ଅଭିନୟ ଆରମ୍ଭ କରିଥିଲେ। ଏହାପରେ ସେ ଆଉ ଅଭିନୟ ଜଗତରେ ପଛକୁ ଫେରି ନଥିଲେ। କ୍ରମଶଃ ଗୌରୀ, ଅଭିମାନ,ବଳୀଦାନ, ଗୋଲାମଗିରି, ହାକିମ ବାବୁ, ସହରୀ ବାଘ, ମମତାର ଡୋରୀ ଠାରୁ ଆରମ୍ଭ କରି ୭୦ଟି ଚଳଚିତ୍ରରେ ଅଭିନୟ କରିଛନ୍ତି। ତାଙ୍କର ଓଡ଼ିଆ ଚଳଚିତ୍ର ଜାଗତରେ ବହୁତ ଅବଦାନ ରହିଛି ଓ ସେ ଓଡ଼ିଆ ଚଳଚ୍ଚିତ୍ର ଜଗତରେ ଅନେକ ଛାପ ଛାଡି ଯାଉଥିବାରୁ ତାଙ୍କର ଶୂନ୍ୟସ୍ଥାନ ଓଡ଼ିଶା ବାସିଙ୍କୁ ମର୍ମାହତ କରିଛି। ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ବର୍ଗକୁ ସମବେଦନା ଜଣାଉଛି ମୁଖ୍ୟ ମନ୍ତ୍ରୀ ନବିନ ପଟ୍ଟନାୟକ,କେନ୍ଦ୍ରମନ୍ତ୍ରୀ
ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି, ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ସମେତ ଓଡ଼ିଶାର ରାଜନୈତିକ ବ୍ୟକ୍ତି ଓ ଓଡ଼ିଆ ଚଳଚିତ୍ର ଜଗତର ନିର୍ମାତା, ନିର୍ଦ୍ଦେଶକ, ପ୍ରଜୋଯକ, କଳାକାରମାନେ ।

Leave a Reply

Your email address will not be published.