ଓଜେଇଇ ପରୀକ୍ଷା ସୂଚୀ ପ୍ରକାଶିତ: ଅକ୍ଟୋବର ୧୨ରୁ ୧୯ ପର୍ଯ୍ୟନ୍ତ ପରୀକ୍ଷା  ହେବ,

ଭୁବନେଶ୍ୱର : ଅକ୍ଟୋବର ୧୨ ତାରିଖରୁ ୧୯ ତାରିଖ ପର୍ଯ୍ୟନ୍ତ ଓଡ଼ିଶା ଯୁଗ୍ମ ପ୍ରବେଶିକା (ଓଜେଇଇ) ପରୀକ୍ଷା ଅନୁଷ୍ଠିତ ହେବ। ଏସମ୍ପର୍କରେ ଓଜେଇଇ ପକ୍ଷରୁ ପରୀକ୍ଷା ସୂଚୀ ପ୍ରକାଶ ପାଇଛି।

ଏହି ପରୀକ୍ଷା ଦିନକୁ ୩ଟି ପର୍ଯ୍ୟ‌ାୟରେ  କମ୍ପ୍ୟୁଟର ବେସଡ୍ ଟେଷ୍ଟ ମୋଡରେ ହେବ । ପ୍ରଥମ ପର୍ଯ୍ୟାୟ ସକାଳ ୯ଟାରୁ ୧୧ଟା, ୨ୟ  ଅପରାହ୍ଣ ୧୨ଟା ୩୦ରୁ ୨ଟା ୩୦ ଓ ୩ୟ  ଅପରାହ୍ଣ ୪ଟାରୁ ୬ଟା ପର୍ଯ୍ୟନ୍ତ ହେବ । ଆସନ୍ତା ଅକ୍ଟୋବର ୫ ତାରିଖରୁ ଓଜେଇଇର ୱେବସାଇଟରୁ ଛାତ୍ରଛାତ୍ରୀମାନେ ଆଡମିଟ କାର୍ଡ ଡାଉନଲୋଡ କରି ପାରିବେ।  ଛାତ୍ରଛାତ୍ରୀମାନେ ନିଜର ଓଜେଇଇ ଆଇଡି ପାସଓ୍ଵାର୍ଡ ବ୍ୟବହାର କରି ଆଡମିଟ କାର୍ଡ ଡାଉନଲୋଡ କରିପାରିବେ ବୋଲି ସୂଚନା ଦିଆଯାଇଛି।

ଏବର୍ଷ ୭୯ ହଜାର ୮୦୦ ଜଣ ଛାତ୍ରଛାତ୍ରୀ ଓଜେଇଇ ପରୀକ୍ଷା ଦେବା ପାଇଁ ପଂଜୀକରଣ କରିଛନ୍ତି। ଯାହା ବିଗତ ବର୍ଷଗୁଡ଼ିକ ତୁଳନାରେ ରେକର୍ଡ । ଏହାକୁ ଦୃଷ୍ଟିରେ ରଖି ପରୀକ୍ଷା ଗୁଡ଼ିକୁ ଦିନକୁ ୩ଟି ସିଫ୍ଟରେ କରିବାକୁ ବ୍ୟବସ୍ଥା କରାଯାଇଛି ଥିବା  ଓଜେଇଇ ଅଧ୍ୟକ୍ଷ ସୁଦୀପ କୁମାର ଚାନ୍ଦ ସୁଚନା ଦେଇଛନ୍ତି । ସେ କହିଛନ୍ତି ଯେ ବିଟେକ (ଲାଟେରାଲ ଏଣ୍ଟ୍ରି) ପାଇଁ ୬ଟି ସିଟିଂ କରାଯାଇଛି, ବିଫାର୍ମ ପାଇଁ ୪ଟି, ଏମବିଏ ଓ ବିଟେକ ପାଇଁ ୩ଟି ଲେଖାଏଁ, ଏମସିଏ ପାଇଁ ୨ଟି ଓ ଅନ୍ୟ କୋର୍ସ ପାଇଁ ଗୋଟିଏ ଲେଖାଏଁ ସିଟିଂର ବ୍ୟବସ୍ଥା କରାଯାଇଥିବା ମଧ୍ୟ ସୂଚନା ଦେଇଛନ୍ତି।

Leave a Reply

Your email address will not be published.