ଓଡ଼ଗାଁର ପ୍ରଜ୍ଞାରାଣୀ ମହାପାତ୍ର ନୟାଗଡ଼ ଜିଲା ମାଟ୍ରିକ ଟପ୍ପର

ନୟାଗଡ଼/ଓଡ଼ଗାଁ,୨୯/୭ (Nagrajnews)  ଆଜି ଓଡ଼ିଶାରେ ଚଳିତ ବର୍ଷର ଦଶମ ଶ୍ରେଣୀ ଫଳାଫଳ ପ୍ରକାଶ ପାଇଛି ।ଏବର୍ଷ ପୁଅଙ୍କ ତୁଳନାରେ ଝିଅ ମାନେ ସଫଳତା ପାଇଛନ୍ତି । ଯାହାର ଚଳନ୍ତି ଉଦାହରଣ ନୟାଗଡ଼ ଜିଲ୍ଲାରେ ଦେଖିବାକୁ ମିଳିଛି ।ସୂଚନାଥାଉକି ନୟାଗଡ଼ ଜିଲ୍ଲା ଓଡ଼ଗାଁର ରାଧାକାନ୍ତ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ଛାତ୍ରୀ ପ୍ରଜ୍ଞ।ରାଣୀ ମହାପାତ୍ର ନୟାଗଡ଼ ଜିଲ୍ଲାରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି । ସେ ସମୁଦାୟ ୬ଶହ ନମ୍ବରରୁ ୫୭୧ ନମ୍ବର ରଖି ନୟାଗଡ଼ ଜିଲ୍ଲା ପାଇଁ ଗର୍ବ ଆଣିବା ସହିତ ତାଙ୍କ ବ୍ଲକ ଓଡ଼ଗାଁ ବ୍ଲକ ପାଇଁ ଗର୍ବ ମଧ୍ୟ ଆଣିଛନ୍ତି । ନୟାଗଡ଼ ଜିଲ୍ଲାରେ ଏବର୍ଷ ଭଲ ଫଳାଫଳ ହୋଇଥିବା ବେଳେ ପାସହାର ୮୬-୬୩%ରହିଛି ।ପ୍ରଜ୍ଞ।ରାଣୀ ଙ୍କ ସଫଳତା ପାଇଁ ଜିଲ୍ଲାରୁ ବିଭିନ୍ନ ମହଲରୁ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଛନ୍ତି ।

ଏଥିସହ ସେ ଜିଲା ପାଇଁ ଗୌରବ ଆଣିଛନ୍ତି। । ପ୍ରଜ୍ଞାରାଣୀ ୬୦୦ରୁ ୫୭୧ ନମ୍ବର ରଖିଛନ୍ତି । ଭବିଷ୍ୟତରେ ପ୍ରଜ୍ଞାରାଣୀ ଆଇଏଏସ ହେବାକୁ ଇଚ୍ଛା ରଖିଥିବା ପ୍ରକାଶ କରିଛନ୍ତି। ତେବେ ଜିଲାରେ ଚଳିତ ବର୍ଷ ୮୬.୬୩ ପ୍ରତିଶତ ରେଜଲ୍ଟ ହୋଇଛି।

ଜିଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁସାରେ, ଜିଲାର ୨୩୩ ସ୍କୁଲର ୧୨ ହଜାର ୬୮୫ ଛାତ୍ରୀଛାତ୍ର ଦଶମ ଶ୍ରେଣୀ ପରୀକ୍ଷା ଦେବା ପାଇଁ ଫର୍ମଫିଲପ କରିଥିଲେ। ସେଥିମଧ୍ୟରୁ ୧୭୮ ଛାତ୍ରୀଛାତ୍ର ପରୀକ୍ଷା ଦେଇ ନ ଥିଲେ। ତେବେ ୭୫ ସେଣ୍ଟରରେ ୧୨ ହଜାର ୫୦୭ ଛାତ୍ରୀଛାତ୍ର ପରୀକ୍ଷା ଦେଇଥିଲେ। ୧୬ଜଣ ମାଲପ୍ରାଟିସ ହୋଇଥିଲେ। ୧୨ ହଜାର ୪୯୧ ଛାତ୍ରୀଛାତ୍ରଙ୍କର ରେଜଲ୍ଟ ପ୍ରକାଶ ପାଇଛି । ଏଥିରୁ ୧୦ ହଜାର ୮୩୫ ଉତ୍ତୀର୍ଣ୍ଣ ହୋଇଥିବାବେଳେ ୧୬୫୬ ଅବତୀର୍ଣ୍ଣ ହୋଇଛନ୍ତି । ଉତ୍ତୀର୍ଣ୍ଣ ଛାତ୍ରୀଛାତ୍ରଙ୍କ ମଧ୍ୟରୁ ଏ୧-୫୯ଜଣ , ଏ୨-୩୭୬, ବି୧-୭୫୪, ବି୨-୧୧୯୬, ସି-୧୬୧୭, ଡି-୨୫୪୮, ଇ- ୪୨୮୫ ଜଣ ରହିଛନ୍ତି।

Leave a Reply

Your email address will not be published.