ରାଜଧାନୀରେ ଲୁଟ୍ ଘଟଣାର ପର୍ଦ୍ଦାଫାସ୍, ଲୁଟେରା ଲେଡି ଡ଼ନ୍‌ ଗିରଫ କଲା ପୋଲିସ

ଭୁବନେଶ୍ବର (ନାଗରାଜ ନ୍ୟୁଜ ): ୧୨/୦୮/୨୦୨୦

ରାଜଧାନୀରେ ବିଭିନ୍ନ ଲୁଟ୍‌ ଘଟଣାର ପର୍ଦ୍ଦାଫାସ୍‌ କରିଛି ପୋଲିସ । ଲୁଟେରା ଲେଡି ଡନ୍‌କୁ ଗିରଫ କରିଛି କମିଶନରେଟ୍‌ ପୋଲିସ । ଏହାସହିତ ୩ ସହଯୋଗୀଙ୍କୁ ମଧ୍ୟ ଗିରଫ କରିଛି ଖଣ୍ଡଗିରି ଥାନା ପୋଲିସ ।ସେମାନଙ୍କ ନିକଟରୁ ବାଇକ୍‌, ମନି ପର୍ସ ଓ ବିଭିନ୍ନ ଲୁଟ୍ ସାମଗ୍ରୀ ଜବତ ମଧ୍ୟ ହୋଇଛି । ଖାରବେଳନଗର, ଶହୀଦନଗର, କ୍ୟାପିଟାଲ ଥାନା ଓ ଖଣ୍ଡଗିରି ଅଞ୍ଚଳରେ ଚଳାଇଥିଲେ ଲୁଟପାଟ୍‌ । ଏମାନଙ୍କ ନାଁରେ ବହୁ ଅଭିଯୋଗ ରହିଛି । ଏନେଇ ସୂଚନା ଦେଇଛନ୍ତି ଡିସିପି ଉମାଶଙ୍କର ଦାସ୍ ।

Leave a Reply

Your email address will not be published.