ସ୍ୱାଧୀନତା ଦିବସ ପାଇଁ ସଟଡାଉନ୍ କଟକଣା କୋହଳ

ଭୁବନେଶ୍ବର (ନାଗରାଜ ନ୍ୟୁଜ ): ୧୨/୦୮/୨୦୨୦                          ସ୍ୱାଧୀନତା ଦିବସ ପାଇଁ ୪ ଜିଲ୍ଲାରେ ସଟଡାଉନ୍ କଟକଣା କୋହଳ । ୪ ଜିଲ୍ଲା ସହ ରାଉରକେଲା ମହାନଗର ନିଗମ ଅଞ୍ଚଳରେ ମଧ୍ୟ କଟକଣା କୋହଳ କରାଯାଇଛି । ସ୍ୱାଧୀନତା ଦିବସରେ ପତାକା ଉତ୍ତୋଳନ ପାଇଁ କଟକଣାକୁ କୋହଳ କରାଯିବ । ଦିନ ୧୧ଟା ପର୍ଯ୍ୟନ୍ତ କଟକଣା କୋହଳ ପାଇଁ ନିଷ୍ପତ୍ତି ନିଆଯାଇଥିବା ନେଇ ଏସଆରସିଙ୍କ କାର୍ଯ୍ୟାଳୟରୁ ସୂଚନା ମିଳିଛି । ତେବେ ଉତ୍ସବରେ ୧୦ରୁ ଅଧିକ ଲୋକ ଏକାଠି ହୋଇପାରିବେ ନାହିଁ । ସାମାଜିକ ଦୂରତା ବଜାୟ ରଖିବା, ମାସ୍କ ପିନ୍ଧିବା ବାଧ୍ୟତାମୂଳକ ରହିଛି ।

Leave a Reply

Your email address will not be published.