୧୧ କେଭି ତାର ସଂସ୍ପର୍ଶରେ ରାଜମିସ୍ତ୍ରୀଙ୍କର ମୃତ୍ୟୁ

ଗଜପତି : ଗଜପତି ଜିଲ୍ଲା ଅଡବା ଥାନା ଅନ୍ତର୍ଗତ ଆଲିଗଣ୍ଡା ଗ୍ରାମରେ ୧୧ କେବି ବିଦ୍ୟୁତ୍ ଆଘାତରେ ଜଣେ ରାଜ ମିସ୍ତ୍ରୀଙ୍କର ମୃତ ହୋଇଛି। ଘଟଣା ଘଟିଛି ଆଜି ସନ୍ଧ୍ୟା ୪ ଟା ସମୟରେ। ମୃତକ ଜଣକ କନ୍ଧମାଳ ଜିଲ୍ଲା ବ୍ରାହ୍ମଣୀଗାଁ ଥାନା ଅନ୍ତର୍ଗତ ମିଞ୍ଜାପଙ୍କା ଗ୍ରାମର ରାଜ ମିସ୍ତ୍ରୀ ପୃଥିବୀରାଜ ବେହେରା । ସେ ଆଲିଗଣ୍ଡା ଗ୍ରାମରେ ସିମେଣ୍ଟ କଂକ୍ରିଟ ଗୃହ ନିର୍ମାଣ କରୁଥିବା ସମୟରେ ଉକ୍ତ ଘର ଦେଇ ଯାଇଥିବା ୧୧ କେଭି  ତାର ରେ ଭୁଲ୍ ବଶତ ଗଜବାଡି ଲାଗିଯାଇଥିଲା। କରେଣ୍ଟ ମାରିବା ଫଳାରେ ସେ ଛାତ ଉପରେ ପଡ଼ିଯାଇଥିଲା। ସଙ୍ଗେ ସଙ୍ଗେ ତାଙ୍କୁ ଚିକିତ୍ସା ପାଇଁ ମୋହନା ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର ପଠାଯାଇଥିଲା  ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ। ଘଟଣା ସ୍ଥଳରେ ଅଡବା ପୋଲିସ ପହଞ୍ଚି ଶବକୁ ଜବତ କରିଛି।  ଆସନ୍ତା କାଲି ବ୍ରହ୍ମପୁର ମହାରାଜା କୃଷ୍ଣଚନ୍ଦ୍ର ଗଜପତି ମେଡ଼ିକାଲ୍କୁ ଶବ ବ୍ୟବଚ୍ଛେଦ ପାଇଁ ପଠା ଯିବ ବୋଲି ଅଡବା ଥାନାର ସବ୍ ଇନ୍ସପେକ୍ଟର ଆଲୋକ ରଞ୍ଜନ ଜଗଦଲା ସୂଚନା ଦେଇଛନ୍ତି।

Leave a Reply

Your email address will not be published.