ଓଡ଼ିଶା ବିଧାନ ସଭାରେ କରୋନା ମହାରୀର କାୟା ବିସ୍ତାର

ଭୁବନେଶ୍ବର,୨୭।୯ – ଓଡ଼ିଶା ବିଧାନ ସଭାରେ କରୋନା ମହାମାରୀ କାୟା ବିସ୍ତାର କରିଛି। ସଂକ୍ରମିତ ହୋଇଛନ୍ତି ବିଧାୟକ ଦେବୀ ପ୍ରସାଦ ମିଶ୍ର,ବିଧାୟୀକା ତଥା ଶାସକ ଦଳର ମୁଖ୍ୟ ସଚେତକ ପ୍ରମିଳା ମଲିକଙ୍କ ସମେତ ମୋଟ ୧୩୬ ଜଣ। ଏହି ୧୩୬ ମଧ୍ୟରେ ଅଛନ୍ତି ବିଧାନ ସଭା କର୍ମଚାରୀ,ସୁରକ୍ଷା କର୍ମୀ ଓ ବିଧାନ ସଭାକୁ ଖବର ସଂଗ୍ରହ କରିବାକୁ ଯାଇଥିବା କିଛି ସାମ୍ବାଦିକ। ଶନିବାର ବିଧାନ ସଭାର ୭୩୭ ଜଣ କର୍ମଚାରୀ ଓ ସୁରକ୍ଷା କର୍ମୀଙ୍କ ସହିତ ବାଚଷ୍ପତିଙ୍କୁ ମିଶାଇ ୨୦ ଜଣ ବିଧାୟଙ୍କ ସମେତ ମୋଟ ୭୫୭ ଜଣଙ୍କର ନମୂନା ସଂଗ୍ରହ କରି ପିରିକ୍ଷା ପାଇଁ ପଠାଯାଇଥିଲା। ଏଥି ବିଧାନ ସଭାକୁ ଖବର ସଂଗ୍ରହ କରିବା ଲାଗି ଯାଇଥିବା କିଛି ସାମ୍ବାଦିକ ମଧ୍ୟ ଥିଲେ। ଏବେ ବାହାରିଥିବା ସଂକ୍ରମିତମାନେ ବିଧାନ ସଭାକୁ ନଯାଇ ହୋମ କ୍ବାରେନଟିନରେ ରହିବେ। ସୂଚନାଯୋଗ୍ୟ ଆସନ୍ତା ୨୯ ତାରିଖରେ ବିଧାନ ସଭା ଅଧିବେଶନ ବସିବାକୁ ଥିବାରୁ ସରକାରଙ୍କ ତରଫରୁ କୋଭିଡ ପରୀକ୍ଷା ପାଇଁ ନିସ୍ପତି ନିଆଯାଇଛି।   

Leave a Reply

Your email address will not be published.