୧୮ ଜିଲ୍ଲାକୁ ୟେଲୋ-ୱାର୍ଣ୍ଣିଂ ଜାରୀ, ସୂଚନା ଦେଲା ପାଣିପାଗ ବିଭାଗ

ଭୁବନେଶ୍ୱର: ସୋସିଆଲ୍ ମିଡ଼ିଆରେ କିଛି ଦିନ ହେବ ବାତ୍ୟା ଖବର ଘୁରିବୁଲୁଥିବା ବେଳେ ଏହାକୁ ଖଣ୍ଡନ କରିଛି ପାଣିପାଗ ବିଭାଗ । ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି, ସମ୍ଭାବ୍ୟ ବାତ୍ୟା ନେଇ ଆଇଏମ୍‌ଡି ପକ୍ଷରୁ କୌଣସି ସୂଚନା ଜାରି କରାଯାଇନି ।

ଯଦି ସେମିତି ସମ୍ଭାବନା ଥାଆନ୍ତା, ତେବେ ଆଇଏମ୍‌ଡି ନିଶ୍ଚିତ ସୂଚନା ଦେଇଥାନ୍ତା । ବର୍ତ୍ତମାନ ଏଭଳି କୌଣସି ବାତ୍ୟା ଆଶଙ୍କା ନଥିବା ସେ ସୂଚାଇ ଦେଇଛନ୍ତି । କିନ୍ତୁ ଆସନ୍ତା ୪ଦିନ ପର୍ଯ୍ୟନ୍ତ ରାଜ୍ୟ‌ର ବିଭିନ୍ନ ସ୍ଥାନରେ ‌କାଳବୈଶାଖୀ ବର୍ଷା ହେବାର ସୂଚନା ରହିଛି ।

ରାଜ୍ୟର ୧୮ ଜିଲ୍ଲାରେ କାଳବୈଶାଖୀଜନିତ ବର୍ଷା ହେବାର ସମ୍ଭାବନା ଥିବାରୁ ଏହି ସବୁ ଜିଲ୍ଲାରେ ୟେଲୋ-ୱାର୍ଣ୍ଣିଂ ଜାରି କରାଯାଇଛି । ଉକ୍ତ ଜିଲ୍ଲାଗୁଡ଼ିକ ହେଲା, ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, କେନ୍ଦୁଝର, ମୟୂରଭଞ୍ଜ, ଢେଙ୍କାନାଳ, କନ୍ଧମାଳ, ରାୟଗଡ଼ା, କୋରାପୁଟ ଓ ମାଲକାନଗିରି ଆଦି।

ତେବେ ଏଗୁଡ଼ିକ ମଧ୍ୟରୁ ଗଜପତି, ଗଞ୍ଜାମ ଓ କୋରାପୁଟ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ମଧ୍ୟ ରହିଛି ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି ।

Leave a Reply

Your email address will not be published.