ଅପାରଗତା ଓ ଦାୟିତ୍ୱରେ ଅବହେଳା ହେତୁ ବିଦା ହେଲେ ୪ କୋଚ

ଭୁବନେଶ୍ୱର, (ନାଗରାଜ ନ୍ୟୁଜ): ‘ମୋ ସରକାର’ ଏବଂ ‘୫-ଟି’ କାର୍ଯ୍ୟକ୍ରମ ଅଧିନରେ ଅପାରଗତା ଓ ଦାୟିତ୍ୱରେ ଅବହେଳା କରୁଥିବା କର୍ମଚାରୀଙ୍କୁ ବାଧ୍ୟତାମୂଳକ ଅବସର ଦେଇଛନ୍ତି ରାଜ୍ୟ ସରକାର । ୪ କୋଚଙ୍କୁ ଅବହେଳା ପାଇଁ ବାଧ୍ୟତାମୂଳକ ଅବସର ଦିଆଯାଇଛି । ଭଲିବଲ କୋଚ ପ୍ରଭାକର ତ୍ରିପାଠୀ, ବକ୍ସିଂ କୋଚ ଶଙ୍କର ଅଧିକାରୀ, ହ୍ୟାଣ୍ଡବଲ୍‌ କୋଚ ମନୋଜ ଦାସ ଓ ଭଲିବଲ୍‌ କୋଚ ଜ୍ଞ୍ୟାନେନ୍ଦ୍ର ବଢ଼େଇଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି ।

Leave a Reply

Your email address will not be published.