ବିଜୟ ମହାନ୍ତି ବିଦାୟ

ଭୁବନେଶ୍ଵର,୨୦।୭ (ଏନ୍ ନ୍ଯୁଜ୍‌) ଇହଧାମରୁ ବିଦାୟ ନେଲେ ଓଡ଼ିଆ ଚଳଚିତ୍ରର ବିଶିଷ୍ଠ ଅଭିନେତା ବିଜୟ ମହାନ୍ତି। ୭୦ବର୍ଷ ବୟସରେ ତାଙ୍କର ଚିକିତ୍ସାଧିନ ଅବସ୍ଥାରେ ଭୁବନେଶ୍ଵର କେୟାର ଡାକ୍ତରଖାନାରେ ମୃତ୍ୟୁ ହୋଇଥିବା ସୂଚନା ଦେଇଛନ୍ତି ଡାକ୍ତର । ତାଙ୍କ ଭଳି ମହାନ ଅଭିନେତା , ନିର୍ଦ୍ଦେଶକଙ୍କ ବିୟୋଗରେ ଓଡ଼ିଆ ଚଳଚିତ୍ର ଜଗତରେ କଳାକାର ମହଲରେ ଶୋକର ଛାୟା ଖେଳିଯାଇଛି। ସେ ୬ ଥର ଓଡ଼ିଆ ଚଳଚିତ୍ର ପୁରସ୍କାର ପାଇଥିଲେ । ୨୦୧୪ରେ ଜୟଦେବ ପୁରସ୍କାର ପାଇଥିଲେ । ତାଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବିନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ,ପ୍ରତାପ ଷଡ଼ଙ୍ଗୀ, ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି। ମୁଖ୍ୟମନ୍ତ୍ରୀ ନିବିନ ପଟ୍ଟନାଯୁକ ଘୋଷଣା କରିଛନ୍ତି ବିଜୟଙ୍କର ଭାଷ୍ଟ୍ରୀୟ ମର୍ଯ୍ୟଦା ସହିତ ଆନ୍ରିମ ସଂସ୍କାର କରାଯିବ । ବିଜୟ ସିନା ଆରପାରିରେ ତାଙ୍କର ବଳିଷ୍ଠ ସଂଳାପ ଏବେ ଅଗଣିତ ଚଳଚିତ୍ର ପ୍ରେମୀଙ୍କ ହୃଦୟରେ ଉଦଘୋଷିତ ହେଉଛି ।

Leave a Reply

Your email address will not be published.