କାଲିଠୁ ଖୋଲିବ କଟକ ଜିଲ୍ଲାର ସମସ୍ତ ଧାର୍ମିକ ଅନୁଷ୍ଠାନ

କଟକ: ରାଜ୍ୟରେ କରୋନା ସଂକ୍ରମଣ ଧିରେ ଧିରେ ହ୍ରାସ ପାଇବାରେ ଲାଗିଛି । ପୁରୀ ଜିଲ୍ଲାପାଳ ଆଜି ପୁରୀରେ ସମସ୍ତ ଧାର୍ମିକ ଅନୁଷ୍ଠାନ ଖୋଲିବାକୁ ଅନୁମତି ଦେଇଛନ୍ତି । ଏହାସହିତ କଟକରେ ମଧ୍ୟ ସମସ୍ତ ଧାର୍ମିକ ଅନୁଷ୍ଠାନ ଖୋଲିବାକୁ ଅନୁମତି ଦେଇଛନ୍ତି କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚଇନୀ ।

ମନ୍ଦିରକୁ ଯିବା ସମୟରେ ମାସ୍କ ପିନ୍ଧିବା, ସାମାଜିକ ଦୂରତା ବଜାୟ ରଖିବା ଓ ଅନ୍ୟ ସବୁ କୋଭିଡ୍ ନିୟମର ଅନୁପାଳନ କରିବାକୁ କଟକ ବାସୀଙ୍କୁ ନିବେଦନ କରାଯାଇଥିବା ବେଳେ ନିୟଭ ଉଲଘଂନକରୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ଚେତାବନୀ ଦିଆଯାଇଛି । ତେବେ କଟକ ସହରରେ ମନ୍ଦିର ଖୋଲିବ କି ନାହିଁ ତା ନେଇ ସିଏମସି ନିଷ୍ପତି ନେବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି ।ରାଜ୍ୟରେ ଅନଲକ୍ ପର୍ଯ୍ୟାୟ ଆରମ୍ଭ ହୋଇଥିବା ବେଳେ ଧିରେ ଧିରେ ଧାର୍ମିକ ଅନୁଷ୍ଠାନ ମଧ୍ୟ ଖୋଲିବା ଆରମ୍ଭ ହୋଇଛି । ସମସ୍ତ କରୋନା କଟକଣା ମଧ୍ୟରେ ଆସନ୍ତାକାଲିଠୁ କଟକ ଜିଲ୍ଲାର ସବୁ ଧାର୍ମିକ ଅନୁଷ୍ଠାନ ଖୋଲିବାକୁ ଯାଉଛି ।

Leave a Reply

Your email address will not be published.