ଆଠଗଡରେ ସଶସ୍ତ୍ର ଲୁଟ୍

ଆଠଗଡ:ଆଠଗଡ ଖୁଣ୍ଟୁଣୀ ଥାନା ଅନ୍ତର୍ଗତ ଦ୍ବାରବତୀପୁର ଗାଁରେ ଗତକାଲି ବିଳମ୍ବିତ ରାତିରେ ରବିନ୍ଦ୍ର ନାୟକ ଙ୍କ ଘରୁ ଲୁଟ ହୋଇଥିବା ଖୁଣ୍ଟୁଣୀ ଥାନାରେ ଅଭିଯୋଗ ହୋଇଛି। ଗତକାଲି ରାତିରେ 6ଜଣ ଦୁର୍ବୃତ୍ତ ଘରେ ପଶି ଏକ କଟୁରୀ ଏବଂ ବନ୍ଧୁକ ସାହାର୍ଯ୍ୟରେ ରବିନ୍ଦ୍ରଙ୍କ ଦୁଇ ପୁଅଙ୍କୁ  ଆକ୍ରମଣ କରିଥିଲେ। ପରେ ଘରୁ ସୁନାଗହଣା ଟଙ୍କା ଲୁଟି ନେଇଛନ୍ତି। ଆକ୍ରମଣ ଶିକାର ହୋଇଥିବା ଦୁଇଜଣକୁ ପରିବାର ପକ୍ଷରୁ ଆଠଗଡ ମେଡିକାଲରେ ଚିକିତ୍ସିା ପାଇଁ ଭର୍ତ୍ତି କରାଯାଇଛି।  ଏନେଇ ଖୁଣ୍ଟୁଣୀ ଥାନାରେ ଅଭିଯୋଗ ହେବା ପରେ ଚୌଦ୍ବାର ଏସ.ଡି.ପି.ଓ ପ୍ରଶାନ୍ତ ମଲ୍ଲି ଓ ଖୁଣ୍ଟୁଣୀ ଥାନା କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଅନ୍ୟପଟେ ଏଭଳି ଘଟଣା ଏହି ଅଞ୍ଚଳରେ ବାରମ୍ବାର ହେଉଥିବା ବେଳେ ପୋଲିସ ପ୍ରଶାସନ ପକ୍ଷରୁ କୌଣସି ଠୋସ ପଦକ୍ଷେପ ନିଆଯାଉନଥିବାରୁ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇଛି।

Leave a Reply

Your email address will not be published.