ଭୁବନେଶ୍ବରରେ ପହଞ୍ଚିଲେ କେନ୍ଦ୍ରୀୟ ଟିମ୍, କୋଭିଡ ସ୍ଥିତି କରିବେ ସମୀକ୍ଷା

ଭୂବନେଶ୍ବର: କରୋନା ମହାମାରୀର ସ୍ଥିତି ସମୀକ୍ଷା ଲାଗି ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରୀୟ ଟିମ୍ । ଓଡିଶା ଅଧିକ ସଂକ୍ରମଣର କାରଣ ଓ ଏହାକୁ ନିୟନ୍ତ୍ରଣ କରିବାର ଉପାୟ ଖୋଜିବାକୁ କେନ୍ଦ୍ର ପକ୍ଷରୁ ୬ଟି ରାଜ୍ୟକୁ ଟିମ୍ ପଠାଯାଇଛି ।ଏହି ଟିମ୍ ବିଶେଷକରି ପରୀକ୍ଷଣ, ନିରୀକ୍ଷଣ ଏବଂ ଧାରଣ କାର୍ଯ୍ୟ ସହିତ କରୋନାର ଉପଯୁକ୍ତ ଆଚରଣ ଏବଂ ଏହାର କାର୍ଯ୍ୟକାରିତା, ହସ୍ପିଟାଲ ବେଡର ଉପଲବ୍ଧତା, ଆମ୍ବୁଲାନ୍ସ ଭେଣ୍ଟିଲେଟର, ମେଡିକାଲ ଅମ୍ଳଜାନ ଇତ୍ୟାଦି ସହିତ ପର୍ଯ୍ୟାପ୍ତ ସାମଗ୍ରୀ ଏବଂ କରୋନା ଟିକାକରଣ ପ୍ରଗତି ପରିସ୍ଥିତି ପରଖିବା ସହିତ ପ୍ରତିକାର କାର୍ଯ୍ୟ ପାଇଁ ମଧ୍ୟ ପରାମର୍ଶ ଦେବେ।

ଏହି ରାଜ୍ୟଗୁଡିକର ଦୁଇ ସଦସ୍ୟ ବିଶିଷ୍ଟ ଉଚ୍ଚ ସ୍ତରୀୟ ଦଳ ଜଣେ ଚିକିତ୍ସକ ଏବଂ ଜନସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କୁ ନେଇ ଗଠିତ ହୋଇଛି। ଦଳଗୁଡିକ ତୁରନ୍ତ ରାଜ୍ୟ ଗସ୍ତ କରିବେ ଏବଂ କରୋନା ପରିଚାଳନାର ସାମଗ୍ରିକ କାର୍ଯ୍ୟକାରିତା ଉପରେ ନଜର ରଖିବେ।

ସେହିପରି ପରିସ୍ଥିତିର ଆକଳନ କରିବେ ଏବଂ ଜନସ୍ୱାସ୍ଥ୍ୟ କାର୍ଯ୍ୟକଳାପ ଉପରେ ପ୍ରତିକାର ବ୍ୟବସ୍ଥାକୁ ସମ୍ପୃକ୍ତ ରାଜ୍ୟ ସରକାରଙ୍କୁ ପରାମର୍ଶ ଦେବେ। ରିପୋର୍ଟର କପି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟକୁ ମଧ୍ୟ ପ୍ରଦାନ କରାଯିବ। କେନ୍ଦ୍ରୀୟ କୋଭିଡ ଟିମକୁ ଜନସ୍ବାସ୍ଥ୍ୟ ଅଧିକାରୀ ନିରଞ୍ଜନ ମିଶ୍ର ସାକ୍ଷାତ କରି କଥା ହେବେ ବୋଲି ଜଣାଇଛନ୍ତି । ସେ ରାଜ୍ୟର ଯେଉଁସବୁ ଜିଲ୍ଲାରେ କୋଭିଡ ସଂକ୍ରମଣ କମିନି କିମ୍ବା କମୁନି ସେ ବାବଦରେ ଆଲୋଚନା କରିବେ ।କେନ୍ଦ୍ରୀୟ କୋଭିଡ ଟିମକୁ ଜନସ୍ବାସ୍ଥ୍ୟ ଅଧିକାରୀ ନିରଞ୍ଜନ ମିଶ୍ର ସାକ୍ଷାତ କରି କଥା ହେବେ ବୋଲି ଜଣାଇଛନ୍ତି । ସେ ରାଜ୍ୟର ଯେଉଁସବୁ ଜିଲ୍ଲାରେ କୋଭିଡ ସଂକ୍ରମଣ କମିନି କିମ୍ବା କମୁନି ସେ ବାବଦରେ ଆଲୋଚନା କରିବେ ।

Leave a Reply

Your email address will not be published.