ଜଗନ୍ନାଥଙ୍କ ପ୍ରଥମ ସେବକ ରୂପେ ଛେରା ପହଁରା ନୀତି ସମ୍ପୂର୍ଣ୍ଣ କଲେ ପୁରୀ ଗଜପତି ମହାରାଜ

ପୁରୀ: କରୋନା କଟକଣା ମଧ୍ୟରେ ରଥଯାତ୍ରା ଚାଲୁ ରହିଛି । ଶ୍ରୀଜିଉ ରଥ ଉପରେ ବିରାଜମାନ କରି ନିଜ ଅଗଣିତ ଭକ୍ତ ମାନଙ୍କୁ ଦର୍ଶନ ଦେଉଛନ୍ତି । ଏବେ ପୁରୀ ଗଜପତି ଦିବ୍ୟସିଂହ ଦେବ ମହାରାଜ ଛେରା ପହଁରା କାର୍ଯ୍ୟକ୍ରମ ସାରିଛନ୍ତି । ସୂର୍ଯ୍ୟବଂଶୀୟ ମହାରାଜା ତିନି ଦାରୁବ୍ରହ୍ମଙ୍କର ରଥକୁ ଆସି ନିଜର ଗୁରୁଦାଇତ୍ୱ ସମ୍ପୂର୍ଣ୍ଣ କରିଛନ୍ତି । ମହାପ୍ରଭୂଙ୍କର ଗଜପତି ମହାରାଜ ହେଉଛନ୍ତି ପ୍ରଥମ ସେବକ । ଦେଶ ତଥା ରାଜ୍ୟର ଜନତାଙ୍କ ଆଗରେ ନିଜର କର୍ତ୍ତବ୍ୟ ବିନା ଦ୍ୱିଧାରେ ପାଳନ କରିଛନ୍ତି ଗଜପତି ମହାରାଜ ।

ତେବେ ଇତିହାସକୁ ଲେଉଟାଇ ଦେଖିଲେ ପ୍ରଥମେ ରାଜା ରଥର ଚତୁଃପାର୍ଶ୍ବରେ ଛେରା ପହଁରା କରି ପରିଷ୍କାର କରୁଥିଲେ । ସମୟ କ୍ରମେ ଏହା ପରିବର୍ତ୍ତିତ ହୋଇ ଏବେ ରଥ ଉପରେ ଛେରାପହଁରା ଅନୁଷ୍ଠିତ ହେଉଛି । ତେବେ ଗତପତି ମହାରାଜଙ୍କ ଦ୍ବାରା ଛେରା ପହଁରା ନୀତି ସରିଛି ।ଏହାପରେ ଅନ୍ୟାନ୍ୟ କାର୍ଯ୍ୟକ୍ରମ ସାରି ରଥଯାତ୍ରା ଆରମ୍ଭ କରାଯିବ ।

Leave a Reply

Your email address will not be published.