ଜୁଆଆଡ୍ଡାରେ ଚଢ଼ାଉ ବେଳେ ପୋଲିସ ଉପରେ ଆକ୍ରମଣ : ଆଇଆଇସି ଗୁରୁତର

କନ୍ଧମାଳ: ଜୁଆ ଆଡ୍ଡା ଉପରେ ଚଢାଉ ବେଳେ ଜୁଆଡିଙ୍କର ପୁଲିସକୁ ଆକ୍ରମଣ। ଘଟଣା ଘଟିଛି କନ୍ଧମାଳ ଜିଳ୍ଲା ବ୍ରାହ୍ମଣୀଗାଁରେ। ଆକ୍ରମଣରେ ଆଇଆଇସିଙ୍କ ସମେତ ବହୁ ପୁଲିସ କର୍ମଚାରୀ ଆହତ ହୋଇଛନ୍ତି । ଗତକାଲି ରାତିରେ ବ୍ରାହ୍ମଣୀଗାଁ ରେ ଜୁଆ ଖେଳ ଚାଲୁଥିବାର ସୂଚନା ପାଇ ଥାନା ଅଧିକାରୀ ରଞ୍ଜିତ କୁମାର ମୁନିଙ୍କ ସହ କିଛି ପୁଲିସ କର୍ମଚାରୀ ଘଟଣାସ୍ଥଳକୁ ଚଢାଉ ପାଇଁ ଯାଇଥିଲେ ।

ଜୁଆଡିମାନେ ପୁଲିସକୁ ଦେଖି ଛତ୍ରଭଙ୍ଗ ଦେଇଥିବାବେଳେ ଆଉ କିଛି ପୁଲିସକୁ ଅତର୍କିତ ଆକ୍ରମଣ କରିଥିଲେ । ଗତକାଲି ବାଲିଗୁଡା ପୁଲିସ ବୁଡାଗୁଡା ଜଙ୍ଗଲରେ ଚଢାଉ କରିବା ବେଳେ  ୨୯ ଜୁଆଡି ସମେତ ୧୫ ବାଇକ ଓ ୨୮ ହଜାର ଟଙ୍କା ଜବତ କରିଥିଲା ।

 

Leave a Reply

Your email address will not be published.