ଆଜାଦିକି ଅମୃତ ସାଇକେଲ ଶୋଭାଯାତ୍ରା

କଟକ, (ନାଗରାଜ ନ୍ଯୁଜ): ଚଳିତବର୍ଷ ଦେଶ ପାଳୁଛି ୭୫ ତମ ସ୍ୱାଧୀନତା ଦିବସ । ଏହି ଦିବସ ଉପଲକ୍ଷେ କେନ୍ଦ୍ର ସରକାର ଆଜାଦିକି ଅମୃତ ମହୋତ୍ସବର ଶୁଭାରମ୍ଭ ମଧ୍ୟ କରିଛନ୍ତି । ତେବେ ଏହି ଦେଶ ପ୍ରେମକୁ ଆହୁରି ଜାଗ୍ରତ କରିବା ପାଇଁ କଟକ ଆୟକର ଭବନ ପକ୍ଷରୁ ଅନୁଷ୍ଠିତ ହୋଇଛି ଏକ ସାଇକେଲ ରାଲି । ଯାହା କଟକରୁ ଆରମ୍ଭ ହୋଇ ପୁରୀ ପର୍ଯ୍ୟନ୍ତ ଯିବ । ଆୟକର ବିଭାଗର ଅନେକ ଅଧିକାରୀ ଏହି ରାଲିରେ ଯୋଗଦେଇଛନ୍ତି । ଏହାସହ କଟକ ଜିଲ୍ଲାପାଳ ମଧ୍ୟ ଏହି ରାଲିରେ ଯୋଗ ଦେଇ ଦେଶ ପ୍ରେମର ବାର୍ତା ମଧ୍ୟ ଦେଇଛନ୍ତି । ତେବେ ଏହି ରାଲିର ମୁଖ୍ୟ କାରଣ ହେଉଛି ସମସ୍ତ ବୟସ ବର୍ଗଙ୍କ ମଧ୍ୟରେ ଦେଶ ପ୍ରେମ ଜାଗ୍ରତ କରିବା ।

Leave a Reply

Your email address will not be published.