ବାରଙ୍ଗ ବିଜେପିର ପଦଯାତ୍ରା ’ପରି’କୁ ନ୍ୟାୟ ଓ ମନ୍ତ୍ରୀ ଅରୁଣଙ୍କ ବିଦାୟ ପ୍ରତିବାଦରେ

ବାରଙ୍ଗ: ନୟାଗଡ କୋଳମତୀ ଶିଶୁ କନ୍ୟା ’ପରି’ ହତ୍ୟାର ନିରପେକ୍ଷ ତଦନ୍ତ ଓ ମନ୍ତ୍ରୀ ଅରୁଣ ସାହୁଙ୍କ ପଦବିରୁ ବିଦାୟ ପ୍ରତିବାଦରେ ବାରଙ୍ଗ ମଣ୍ଡଳ ୩୨ ନମ୍ବର ଜୋନ୍ ବି‌ଜେପି ତରଫରୁ ସ୍ଥାନୀୟ ମଧୁପୁର ଗ୍ରାମ ଛକ ଠାରୁ ତ୍ରିଶୁଳୀଆ ଛକ ପର୍ଯ୍ୟନ୍ତ ପଦଯାତ୍ରା ଦାବି କରାରାଇଛି। ବାରଙ୍ଗ ମଣ୍ଡଳ ସଭାପତି ପ୍ରଭାତ ମହାପାତ୍ରଙ୍କ ନେତୃତ୍ବରେ ହୋଇଥିବା ପଦଯାତ୍ରାରେ ବାଙ୍କୀ ବିଜେପି ନେତା ଶୁଭ୍ରାଂଶୁ ମୋହନ ପାଢୀ ଯୋଗ ଦେଇ ନୈତିକତା ଦୃଷ୍ଟରୁ ମନ୍ତ୍ରୀ ଅରୁଣ ସାହୁ ପଦବୀରୁ ଇସ୍ତଫା ଦେବାକୁ ଦାବି କରିଛନ୍ତି। ଓଡ଼ିଶାରେ ନିଖୋଜ ଥିବା ସମସ୍ତ ପାଞ୍ଚ ହଜାର ଶିଶୁଙ୍କ ପରିବାରକୁ ରାଜ୍ୟ ସରକାର ନ୍ୟାୟପ୍ରଦାନ କରିବାକୁ  ମଧ୍ୟ ଦାବି କରିଛନ୍ତି। କାର୍ଯ୍ୟକ୍ରମରେ ସାଧାରଣ ସମ୍ପାଦକ ବୁଲୁ ସ୍ବାଇଁ,ପୂର୍ବତନ ଜିଲ୍ଲାପରିଷଦ ସଭ୍ୟ ଅଜୟ କୁମାର ମୁଦୁଲି,ଗୋବିନ୍ଦ ସ୍ବାଇଁ,ଦିପକ ସ୍ବାଇଁ,ସନାତନ ରାଉତ,ଅଶ୍ବିନୀ ସାହୁ,ନଳିନୀ ରାୟ,ପ୍ରଭାସ ରାଉତ,ସୁବାଷ ଲେଙ୍କା,ଦ୍ରୌପଦି ଦଳାଇ,ସସ୍ମିତା ଘଡାଇ, ସୁମିତ୍ରା ସ୍ବାଇଁ,ରସାମଣୀ ଗେରୁ ଓ ରୋଜି ପଣ୍ଡାଙ୍କ ସମେତ ବିଜେପି କର୍ମୀମାନେ ଯୋଗଦେଇ ଥିଲେ।

Leave a Reply

Your email address will not be published.