ବିଏମସି କମିଶନରଙ୍କ ବଡ ଘୋଷଣା

ଭୂବନେଶ୍ୱର: ସମଗ୍ର ଭାରତରେ ଆଜିଠାରୁ ସାବାଳକ ଟିକା କରଣ ଆରମ୍ଭ ହୋଇଥିଲା ବେଳେ ଓଡିଶାରେ ଏହା ସୋମବାର ଠାରୁ ଆରମ୍ଭ ହେବ ବୋଲି ପୁର୍ବରୁ ପରିବାର କଲ୍ୟାଣ ନିର୍ଦେଶକ ସୂଚନା ଦେଇଛନ୍ତି । ତେବେ ଭୂବନେଶ୍ୱରରେ ଶନିବାର ଓ ରବିବାର ସପ୍ତାହନ୍ତ ସଟଡାଉନ୍ ଥିବାରୁ ଆସନ୍ତା ସୋମବାରଠାରୁ ଟିକା କରଣ ଆରମ୍ଭ ହେବ ବୋଲି ଆଜି ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରି ଆଜି ଏକ ପ୍ରେସ୍ ମିଟ୍‌ରେ ସୂଚନା ଦେଇଛନ୍ତି।

ଏହ ସହିତ ସେ କହିଛନ୍ତି ଯେ ଯେଉଁମାନେ ବିନା ପଞ୍ଜିକରଣରେ ଟିକା କରଣ କେନ୍ଦ୍ର ମାନଙ୍କରେ ଆସି ଭିଡ କରୁଛନ୍ତି ସେମାନେ ନିଜର ନାମ ପଞ୍ଜିକରଣ କରି ସେଣ୍ଟର ମାନଙ୍କୁ ଆସିବାକୁ ବିଏମସି କମିଶନର କହିଛନ୍ତି ।

 

Leave a Reply

Your email address will not be published.