ଭିକାରୀଙ୍କୁ ଆତ୍ମନିର୍ଭରଶୀଳ କରିବ ବିଏମସି

ଭୂବନେଶ୍ଵର: ଏବେ ଓଡିଶାର ରାଜଧାନୀର ରାଜରାସ୍ତାରେ ଭିକାରୀ ବସିଥିବାର ଦେଖିବାକୁ ମିଳିବନି । ରାଜଧାନୀକୁ ଭିକାରୀମୁକ୍ତ କରିବାପାଇଁ ବିଏମସି ନିଜର ଯୋରଦାର ପ୍ରସ୍ତୁତି ଆରମ୍ଭ କରିସାରିଛି । ଭୁବନେଶ୍ୱର ମ୍ୟୁନିସିପାଲିଟି କର୍ପୋରେସନ (ବିଏମସି) କମିଶନର ପୋଲିସ ଓ ତିନୋଟି ଏନଜିଓ ସହିତ ଭିକାରୀଙ୍କୁ ଥଇଥାନ ତଥା ଆଶ୍ରୟ ଦେବା ପାଇଁ ଆଜି ଏକ ଅଭିଯାନ ଆରମ୍ଭ କରିଛନ୍ତି।

ସେମାନଙ୍କୁ ଆଶ୍ରୟ ଗୃହକୁ ସ୍ଥାନାନ୍ତର କରାଯିବ ଯେଉଁଠାରେ ବିଏମସି ବିଭିନ୍ନ କାର୍ଯ୍ୟକ୍ରମ ଆରମ୍ଭ କରିବ ଯାହା ମାଧ୍ୟମରେ ଭିକାରୀମାନେ ଆତ୍ମନିର୍ଭରଶୀଳ ହେବେ।

ସେମାନଙ୍କୁ ଚିହ୍ନଟ କରିବା ଓ ସେମାନଙ୍କୁ ନିଜ ଦେଶକୁ ପଠାଇବା ପାଇଁ ପ୍ରୟାସ ଚାଲିଛି। ବିସ୍ତୃତ କାର୍ଯ୍ୟ ଯୋଜନା ପ୍ରସ୍ତୁତ କରାଯାଇଛି ଯାହାକି ଚିହ୍ନଟ, ପୁନର୍ବାସ, ଚିକିତ୍ସା ସୁବିଧା ଯୋଗାଇବା, ପରାମର୍ଶ, ଶିକ୍ଷା, ଦକ୍ଷତା ବିକାଶ ଏବଂ ଭିକ ମାଗୁଥିବା ବ୍ୟକ୍ତିଙ୍କ ସ୍ଥାୟୀ ସମାଧାନକୁ ଅନ୍ତର୍ଭୁକ୍ତ କରାଯିବ ।

Leave a Reply

Your email address will not be published.