ଟ୍ରକ ମାଲିକ ସଂଘର ଚକାଜାମ୍

ରାଜଗାଙ୍ଗପୁର: ସୁନ୍ଦରଗଡ଼ ଜିଲ୍ଲାର ରାଜଗାଙ୍ଗପୁର ଡାଲମିଆ ଭାରତ ସିମେଣ୍ଟ (ଓ .ସି.ଏଲ) କାରଖାନାରେ ତୈଳ ଦର ଏବଂ ଭଡ଼ା ଦରରେ ପାତରଅନ୍ତର ଯୋଗୁଁ ସମସ୍ତ ଟ୍ରକ ମାଲିକ ସଂଘ ଏକତ୍ରିତ ହୋଇ କାରଖାନାର ମୁଖ୍ୟ ଗେଟ୍ ସମ୍ମୁଖରେ ଚକାଜାମ୍ କରି ଧାରଣାରେ ବସିଛନ୍ତି । ଖବର ନେବାରୁ ଜଣାଯାଇଛିଯେ, ଟ୍ରକ ମାଲିକ ସଂଘ ନିଜ ନିଜ ଗାଡିରେ ଏହି କାରଖାନାରୁ ବିଭିନ୍ନ ସ୍ଥାନକୁ ସିମେଣ୍ଟ ପରିବହନ କରିଥାନ୍ତି ।

ବିଗତ କିଛିଦିନ ହେବ ତୈଳ ଦର ହୁ ହୁ ହୋଇ ବଢୁଥିବାବେଳେ କମ୍ପାନୀ ଟ୍ରକ ଭଡ଼ା ବଢାଉ ନାହିଁ । ଟ୍ରକ ମାଲିକ ସଂଘ ବାରମ୍ବାର କମ୍ପାନୀକୁ ଭଡ଼ା ବୃଦ୍ଧି ସମ୍ବନ୍ଧରେ ଜଣାଇଲେ ମଧ୍ୟ କର୍ଣ୍ଣପାତ କରୁନଥିବାରୁ ବାଧ୍ୟ ହୋଇ ସମସ୍ତ ଟ୍ରକ ମାଲିକ ସଂଘ ଏକତ୍ରିତ ହୋଇ କାରଖାନା ମୁଖ୍ୟ ଗେଟ୍ ବନ୍ଦ କରି ଧାରଣାରେ ବସିଛନ୍ତି । ଯେପର୍ଯ୍ୟନ୍ତ କମ୍ପାନୀ ଭଡ଼ା ବୃଦ୍ଧି ନକରିଛି ସେପର୍ଯ୍ୟନ୍ତ ଏହି କାରଖାନାରୁ କୈଣସି ଟ୍ରକ ରେ ସିମେଣ୍ଟ ପରିବହନ କରିବାକୁ ଦିଆଯିବ ନାହିଁ ବୋଲି ଚେତାବନୀ ଦେଇ ଧାରଣାରେ ବସିଛନ୍ତି ଟ୍ରକ ମାଲିକ ସଂଘ ।

ସୁନ୍ଦରଗଡ଼ ରାଜଗାଙ୍ଗପୁରରୁ ଦଶରଥ ପୋଡ଼ଙ୍କ ରିପୋର୍ଟ ନାଗାରାଜ ନ୍ୟୁଜ

Leave a Reply

Your email address will not be published.