ମୁଖ୍ୟମନ୍ତ୍ରୀଙ୍କ ନୂଆଖାଇ ଭେଟ୍

ଭୂବନେଶ୍ୱର, (ନାଗରାଜ ନ୍ୟୁଜ): ରାତି ପାହିଲେ ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ । ଆଉ ଏହି ନୂଆଖାଇ ଅବସରରେ ଚାଷୀଙ୍କୁ ନୂଆଖାଇ ଭେଟ୍ ଦେବାକୁ ଯାଉଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆସନ୍ତାକାଲି ରାଜ୍ୟରେ କାଳିଆ ଯୋଜନାର ଦ୍ୱିତୀୟ କିସ୍ତି ଟଙ୍କା ୩୭ ଲକ୍ଷରୁ ଉର୍ଦ୍ଧ୍ୱ ଚାଷୀଙ୍କୁ ମିଳିବ । ଭିଡିଓ କନଫରେନ୍ସିଙ୍ଗରେ ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚାଷୀ ମାନଙ୍କୁ ଟଙ୍କା ପ୍ରଦାନ କରିବେ । ସୂଚନା ଅନୂସାରେ ରାଜ୍ୟର ୩୭ ଲକ୍ଷ ଚାଷୀଙ୍କ ଆକାଉଣ୍ଟକୁ ସିଧାସଳଖ ୨ହଜାର ଟଙ୍କା ଲେଖାଏଁ ପଠାଯିବ । ଏଥିପାଇଁ ୭୪୨ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଜଣାପଡିଛି ।

ଏହାପୂର୍ବରୁ ଉତ୍କଳ ଦିବସ ଦିନ ଚଳିତ ବର୍ଷର ପ୍ରଥମ କିସ୍ତି ରାଜ୍ୟ ସରକାର ଚାଷୀ ମାନଙ୍କ ଆକାଉଣ୍ଟକୁ ପଠାଇଥିଲେ । ଏହାପରେ ଆସନ୍ତାକାଲି କାଳିଆ ଯୋଜନାରେ ଦ୍ୱିତୀୟ କିସ୍ତି ଟଙ୍କା ପ୍ରଦାନ କରାଯିବ ।

Leave a Reply

Your email address will not be published.