କଲେଜରେ ଆଗକୁ ବଢିପାରେ ସିଟ୍: ସମୀର ଦାଶ

ଭୂବନେଶ୍ବର: ୨୫ ତାରିଖ ଶୁକ୍ରବାର ଦିନ ପ୍ରକାଶ ପାଇଥିଲା ମାଟ୍ରିକ ରେଜଲ୍ଟ । ତେବେ ଚଳିତ ବର୍ଷ ମାଟ୍ରିକରେ ୬ଲକ୍ଷ୍ୟ ପିଲା ମାନେ ପାସ କରିଛନ୍ତି । ଏତେ ପିଲା କିପରି କଲେଜ ରେ ପାଠ ପଢିବେ ତାହାର ଉତ୍ତର ରଖିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ । ମନ୍ତ୍ରୀଙ୍କ କହିବା କଥା ଅନୁସାରେ, ଆମ ପାଖରେ ଆଇଟିଆଇ, ଟେକ୍ନିକାଲ, ଜେନେରାଲ ମିଶି ୬ଲକ୍ଷ୍ୟ ସିଟ ହୋଇଯାଉଛି । ଯଦି ଆବଶ୍ୟକ ପଡେ ତାହେଲେ କଲେଜରେ ସିଟ ବଢିବ । ଯେହେତୁ ଆଗରୁ ମଧ୍ୟ୍ୟ ଏହିପରି ହୋଇସାରିଛି । କୈଣସି ପ୍ରକାର ଅସୁବିଧା ହେବନି ଛାତ୍ରଛାତ୍ରୀମାନଙ୍କର ।

ତେବେ କରୋନା ମହାମାରୀକୁ ଦୃଷ୍ଟିରେ ରଖି ରାଜ୍ୟସରକାର ଦଶମ ଓ ଦ୍ଵାଦସ ପରୀକ୍ଷା ବାତିଲ କରିଥିଲେ । ଦଶମ ଫଳାଫଳ ବାହାରିସାରିଥିବା ବେଳେ ଦ୍ଵାଦଶ ରେଜଲ୍ଟ ପ୍ରସଙ୍ଗରେ ମନ୍ତ୍ରୀ ସମୀର ଦାଶ କହିଛନ୍ତି ମାନ୍ୟବର କୋର୍ଟଙ୍କ ରାୟ ଅନୁସାରେ ଜୁଲାଇ ମାସ ଶେଷ ସୁଦ୍ଧା +୨ ଫଳାଫଳ ବାହାରିବ, ଏବଂ ଏବେ ସଠିକ ଡେଟ କହି ହେବ ନାହଁ ବୋଲି ମନ୍ତ୍ରୀ ସମୀର ଦାଶ କହିଛନ୍ତି ।

Leave a Reply

Your email address will not be published.