ଆକାଶରେ ଘୋଟିଛ ମେଘ, ଥରୁଛି ଚାଷିଙ୍କ ଛାତି


କଟକ: ଆକାଶରେ ଘୋଟି ଆସିଛି ମେଘ। କଳା ବାଦଲ ଢ଼ାଙ୍କି ରହିବାରୁ ଉପକୂଳ ଓଡିଶାର ଚାଷିଙ୍କର ଛାତି ଥରୁଛି। ବିଲରେ ଏବେ ପାଟିଲା ଧାନ ଲହଡି ମାରୁଛି। କୋବି, ମୂଳା, ବିନ, ବିଲାତି ଭେଣ୍ଡି ଓ ବାଇଗଣ ପ୍ରଭୃତି ଚାଷ କରି ଦୁଇ ପଇସା ପାଇବାର ଆଶା ରଖିଛି ଚାଷି । ଅସରାଏ କିମ୍ବା ଅଧିକ ବର୍ଷା ହେଲେ ଫସଲ ବରବାଦ ହୋଇଯିବ। କଟକ, ପୁରି, ଜଗତସିଂପୁର, କେନ୍ଦ୍ରାପଡ଼ା, ଯାଜପୁର, ଢେଙ୍କାନାଳ,ନୟାଗଡ଼ ଓ ଖୋର୍ଦ୍ଧା ଅଞ୍ଚଳ ଚାଷିଙ୍କ ଆଖିରୁ ନିଦ ହଜିଯାଇଛି।

Leave a Reply

Your email address will not be published.