କରୋନା ସଂକ୍ରମଣରେ ଲାଗୁନି ବ୍ରେକ, ଆଜି ୯ ହଜାର ପାଖାପାଖି ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: କରୋନା ମହାମାରୀର ସଂକ୍ରମଣ ଦିନ ପ୍ରତିଦିନ ଦୃତ ଗତିରେ ବଢିଚାଲିଛି । ଆଜି ରାଜ୍ୟରେ ୮,୯୧୪ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୨୫୮ ଜଣ ଅଛନ୍ତି। ଏହାକୁ ରୋକିବାପାଇଁ ଲକଡାଉନ ଶେଷ ଉପାୟ ବୋଲି ସ୍ପଷ୍ଟ ଅନୁମାନ କରାଯାଉଛି । ଗତକାଲି ରାଜ୍ଯ ସରକାର ଏହି ମହାମାରୀକୁ ମାତ ଦେବା ପାଇଁ ଲକଡାଉନର ଘୋଷଣା ମଧ୍ୟ କରିସାରିଛନ୍ତି । ଯାହା ୫ ତାରିଖ (ବୁଧବାର) ଠାରୁ ୧୯ ତାରିଖ (ବୁଧବାର) ଯାଏ ଲାଗୁ ରହିବ ।

ଏହା ସହିତ ସୁନ୍ଦରଗଡ଼ ଜିଲ୍ଲାରୁ ୫୯୨ ଜଣ ଚିହ୍ନଟ ହୋଇଥିବା ବେଳେ କଟକରୁ ୫୮୭, ପୁରୀରୁ ୫୩୦, ସମ୍ବଲପୁରରୁ ୫୨୦, ବରଗଡ଼ରୁ ୪୫୨, ନବରଙ୍ଗପୁରରୁ ୪୩୩, ଭଦ୍ରକରୁ ୩୫୧, ଅନୁଗୋଳରୁ ୩୩୧, ଝାରସୁଗୁଡ଼ାରୁ ୩୦୪, ବଲାଙ୍ଗିରରୁ ୨୯୧, ନୂଆପଡ଼ାରୁ ୨୭୮, ଗଞ୍ଜାମରୁ ୨୬୨, କଳାହାଣ୍ଡିରୁ ୨୩୬ ଓ ଯାଜପୁରରୁ ୨୩୨ ଜଣ ଚିହ୍ନଟ ହୋଇଛନ୍ତି।

ସେହିପରି ନୟାଗଡ଼ ଜିଲ୍ଲାରୁ ୧୯୪ ଜଣ ଚିହ୍ନଟ ହୋଇଥିବା ବେଳେ ବାଲେଶ୍ୱରରୁ ୧୭୯, ବୌଦ୍ଧରୁ ୧୭୫, ଗଜପତିରୁ ୧୬୫, ରାୟଗଡ଼ାରୁ ୧୫୭, ଢେଙ୍କାନାଳରୁ ୧୪୯, କୋରାପୁଟରୁ ୧୪୫, ମୟୂରଭଞ୍ଜରୁ ୧୩୪, କେନ୍ଦ୍ରାପଡ଼ାରୁ ୧୩୨, ସୁବର୍ଣ୍ଣପୁରରୁ ୧୨୧, ଜଗତସିଂହପୁରରୁ ୧୦୯, କେନ୍ଦୁଝରରୁ ୧୦୪, ଦେବଗଡ଼ରୁ ୧୦୩, ମାଲକାନଗିରିରୁ ୭୩ ଓ କନ୍ଧମାଳରୁ ୬୨ ଜଣ ଚିହ୍ନଟ ହୋଇଛନ୍ତି। ଷ୍ଟେଟ୍ ପୁଲ୍‌ରୁ ୨୫୫ ଜଣ ଚିହ୍ନଟ ହୋଇଛନ୍ତି।

୮,୯୧୪ଟି ନୂଆ ମାମଲା ସହିତ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତ ସଂଖ୍ୟା ୪ ଲକ୍ଷ ୭୦ ହଜାର ୬୩୭କୁ ବୃଦ୍ଧି ପାଇଛି।

Leave a Reply

Your email address will not be published.