ଗଞ୍ଜାମରେ ଦିଆଯିବ କୋଭାକ୍ସିନ ଟିକା

ଭୂବନେଶ୍ବର: ରାଜ୍ୟରେ ଆସନ୍ତା ସୋମବାରଠାରୁ କୋଭାକ୍ସିନ ଟିକାକରଣ ବ୍ୟାପକ କରାଯିବ । ଯେହେତୁ କିଛି ଜିଲ୍ଲାରେ ଟିକା ଅଭାବ ଭଳି ବାରମ୍ବାର ଅଭିଯୋଗ ଆସୁଛି । ଭୁବନେଶ୍ବର ପରେ ଗଞ୍ଜାମରେ ଟିକାର ପ୍ରଥମ ଡୋଜ ନନେଇଥିବା ବ୍ୟକ୍ତିଙ୍କୁ ଜୁଲାଇରୁ କୋଭାକ୍ସିନ ଟିକା ଦେବା ଲାଗି ସ୍ବାସ୍ଥ୍ୟ ବିଭାଗ ନିଷ୍ପତ୍ତି ନେଇଛି ।

ତେବେ ଯେଉଁମାନେ ପ୍ରଥମ ଡୋଜ କୋଭିସିଲ୍ଡ ଟିକା ନେଇସାରିଛନ୍ତି ସେମାନେ ତାଙ୍କର ଦ୍ବିତୀୟ ଡୋଜ କୋଭିସିଲ୍ଡ ଟିକା ନେଇପାରିବେ । ମାସକୁ କେତେ ଜଣଙ୍କୁ ଦ୍ୱିତୀୟ ଡୋଜ୍‌ ଦିଆଯିବ ତାହା ଜିଲ୍ଲା ପ୍ରଶାସନ ପକ୍ଷରୁ ରାଜ୍ୟକୁ ଅବଗତ କରାଯିବ । କୋଭାକ୍ସିନ୍‌ ଟିକା ଦେବା ନେଇ ଟିକାକରଣ ଯୋଜନା କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ସୂଚନାଯୋଗ୍ୟ, ଗତକାଲି ରାଜ୍ୟକୁ ଆହୁରି ୯ଲକ୍ଷ ଡୋଜ୍‌ କୋଭିସିଲଡ୍‌ ଟିକା ଆସିଛି । ରାଜ୍ୟରେ ଏବେ ୧୦ଲକ୍ଷ ୫୫ହଜାର ୮୦୦ ଡୋଜ୍‌ କୋଭିସିଲଡ୍‌ ଟିକା ମହଜୁଦ ରହିଛି । ମୋଟ ୪ ଲକ୍ଷ ୧୮ହଜାର ୪୨୦ କୋଭାକ୍ସିନ୍‌ ଡୋଜ୍‌ ଟିକା ରହିଛି 

Leave a Reply

Your email address will not be published.