ମୋ ଅନୁଷ୍ଠାନ ସାହିତ୍ଯ ସଂସଦ ପକ୍ଷରୁ କରୋନା ଯୋଦ୍ଧା ସମ୍ବର୍ଦ୍ଧନା ସଭା

ବାଲେଶ୍ବର,୧୪/୧୧–ବାଲେଶ୍ବର ଜିଲ୍ଲା ଖଇରା ବ୍ଲକର ଅଗ୍ରଣି ସାହିତ୍ଯ ଅନୁଷ୍ଠାନ ” ମୋ ଅନୁଷ୍ଠାନ ସାହିତ୍ଯ ସଂସଦ ” ର କରୋନ ଯୋଦ୍ଧା ସମ୍ମାନିତ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ମୋ ଅନୁଷ୍ଠାନ ସାହିତ୍ଯ ସଂସଦ ସମ୍ପାଦକ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ପ୍ରତ୍ଯେକ୍ଷ ତତ୍ତ୍ୱାବଧାନରେ ଏହି ସଭା ଖଇରା ପଞ୍ଚାୟତ ପ୍ରାଙ୍ଗଣରେ ଆୟୋଜନ କରାଯାଇଥିଲା । ମୁଖ୍ଯ ଅତିଥି ଭାବେ ବ୍ଲକ ଉପାଧ୍ଯକ୍ଷ ଜୟନ୍ତ କୁମାର ରାଉତ,ସମ୍ମାନିତ ଅତିଥି ସମାଜସେବିକା ଓ ନାରୀନେତ୍ରୀ ରଶ୍ମିତା ମହାପାତ୍ର,ମୟୂରଭଞ୍ଜ ଜିଲ୍ଲା ବାରିପଦା ଅଞ୍ଚଳର ସମାଜସେବିକା ସାଗରିକା ମହାନ୍ତି , ସ୍ଥାନୀୟ ସରପଞ୍ଚ ସୁଦର୍ଶନ ସେଠୀ,ସାହିତ୍ୟିକ ନିରଞ୍ଜନ ପ୍ରସାଦ ବାରିକ ମଞ୍ଚାସିନ ହୋଇ ମୋ ଅନୁଷ୍ଠାନ କର୍ମକର୍ତ୍ତାଙ୍କ ଏଭଳି ପ୍ରୟାସକୁ ବହୁତ ପ୍ରଶଂସା କରିଥିଲେ । ଅନୁଷ୍ଠାନର ଉପସଭାପତି ପ୍ରହ୍ଲାଦ ବାରିକଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ବିଭିନ୍ନ ଅଞ୍ଚଳର ସାମ୍ବାଦିକ,ସମାଜସେବୀ,ଆଶା କର୍ମି,ଅଗଂନୱାଡି କର୍ମି ଓ ସରପଞ୍ଚଙ୍କ ସମେତ ବିଭିନ୍ନ କରୋନା ଯୋଦ୍ଧା ମାନଙ୍କୁ ମଞ୍ଚାସୀନ ଅତିଥିମାନେ କରୋଇ ଯୋଦ୍ଧା ପ୍ରମାଣ ପତ୍ର–୨୦୨୦ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରିଥିଲେ । ଏଥିସହିତ ଅନୁଷ୍ଠାନର ସମ୍ପାଦକ ଓ କର୍ମକର୍ତ୍ତା ଯଥା-ସାଗରିକା ମହାନ୍ତି, ସରସ୍ବତୀ ମାଝୀ, ସମ୍ଭୁନାଥ ସେଠୀ ପ୍ରମୁଖ ଓଡିଶାର ଓଡିଆ ଭାଷା ସାହିତ୍ୟ,ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଜ୍ଯୋତି ପ୍ରକାଶ ପାଣିଗ୍ରାହୀଙ୍କୁ କରୋନା ଯୋଦ୍ଧା ପ୍ରମାଣପତ୍ର–୨୦୨୦ ଦେଇ ସମ୍ବର୍ଦ୍ଧିତ କରିଥିଲେ । ମୋ ଅନୁଷ୍ଠାନ ସମ୍ପାଦକ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ଦ୍ବାରା ଆୟୋଜିତ ଏପରି କାର୍ଯ୍ଯକୁ ବିଭିନ୍ନ ମହଲରୁ ପ୍ରସଶାଂ କରାଯାଇଛି ।

ବାଲେଶ୍ବରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Leave a Reply

Your email address will not be published.