ରାଜଧାନୀରେ ଚିନ୍ତା ବଢାଇଲାଣି ଡେଙ୍ଗୁ

ଭୂବନେଶ୍ବର: ରାଜଧାନୀରେ ଚିନ୍ତା ବଢାଇଲାଣି ଡେଙ୍ଗୁ । ଖୋର୍ଦ୍ଧା ଜିଲ୍ଲାରେ ଡେଙ୍ଗୁ ରୋଗ ସଂଖ୍ୟା ବଢିବାରେ ଲାଗିଛି । ଗୋଟେ ପଟେ କରୋନା ମହାମାରୀ ସଙ୍କଟ ଅନ୍ୟପଟେ ଡେଙ୍ଗୁ । ଏନେଇ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଂଜନ ମିଶ୍ର ଆଜି ଡେଙ୍ଗୁର ଲକ୍ଷଣ ଥିବା ଲୋକଙ୍କୁ ପରୀକ୍ଷା ପାଇଁ କେବଳ ସରକାରୀ ଡାକ୍ତରଖାନା ସହଯୋଗ ନେବାକୁ ପରାମର୍ଶ ଦେଇଛନ୍ତି।

ସେମାନେ କ୍ୟାପିଟାଲ୍ ହସ୍ପିଟାଲ୍, ଏମ୍ସ, ଆରଏମଆରସି ଏବଂ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟାଳୟ ହସ୍ପିଟାଲ୍ ପରି ସରକାରୀ ପରିଚାଳିତ ଡାକ୍ତରଖାନାର ସହଯୋଗ ନିଅନ୍ତୁ ବୋଲି ସେ କହିଛନ୍ତି । ଆହୁରି ମଧ୍ୟ ସେ ସୂଚନା ଦେଇଛନ୍ତିଯେ, ଜାନୁଆ ରୀରୁ ଖୋର୍ଦ୍ଧାରେ ଏପର୍ଯ୍ୟନ୍ତ ମୋଟ ୧୧୩ଟି ଡେଙ୍ଗୁ ରୋଗ ଚିହ୍ନଟ ହୋଇଛନ୍ତି । ମୋଟ ୧୧୩ଟି ମାମଲା ମଧ୍ୟରୁ ୧୦୩ଟି କେବଳ ଏହି ମାସରେ ରିପୋର୍ଟ କରାଯାଇଛି । ଶରୀରରେ ଜ୍ବର ରହିଲେ ଦେହହାତ ବିନ୍ଧା ହେଲେ ତୁରନ୍ତୁ ସରକାରୀ ଡାକ୍ତରଖାନାରେ ଡେଙ୍ଗୁ ପରୀକ୍ଷା କରାଇ ନେବାକୁ ପରାମର୍ଶ ଦେଇଛନ୍ତି । 

Leave a Reply

Your email address will not be published.