ଗାଁ ସାଥି ସଂଘ ତରଫରୁ ଜିଲ୍ଲା ପାଲ ଓ ପ୍ରକଳ୍ପ ନିଦେର୍ଶକ କୁ ଦାବି

ମ୍ବଲପୁର ଜିଲ୍ଲାର ଗାଁ ସାଥି (ମେଟ୍) ମାନଙ୍କ ପ୍ରତିନିଧି ଦଳ ଗାଁ ସାଥି ମାନଙ୍କବିଭିନ୍ନ ସମସ୍ୟା ଉପରେ ତାହା ର ସମାଧାନ ପାଇଁ ସମ୍ବଲପୁର ଜିଲ୍ଲାପାଳ ଓ ପ୍ରକଳ୍ପ ନିଦେର୍ଶକ କୁ ଦାବି କରିଥିଲେ। ଗାଁ ସାଥି ମାନେ ସବୋର୍ଚ୍ଚ ଶିକ୍ଷାଗତ ଆଧାରରେ ନିଯୁକ୍ତି ପାଇଥିଲେ ମଧ୍ୟ ସରକାର ତାଙ୍କ କଥା ଠିକ୍ ଭାବରେ ଶୁଣୁ ନାହିଁ ଓ ଠିକ୍ ଭାବରେ ପରିଚାଳନା ମଧ୍ୟ କରୁନାହାନ୍ତି। ତେଣୁ ସେମାନେ ସରକାର ଙ୍କ ଭରସା ରେ ଦୀର୍ଘ 12ବର୍ଷ ବର୍ଷ ଧରି କାମ କରି ସାରିଲା ପରେ ମଧ୍ୟ ସରକାର ସେମାନଙ୍କ ପ୍ରତି ବେମାତୃକ ମନୋଭାବ ପୋଷଣ କରୁଛନ୍ତି ଓ ବିଭିନ୍ନ ସମୟରେ ସେମାନଙ୍କୁ ହଟାଇବା ପାଇଁ ବିଭିନ୍ନ ପଦକ୍ଷେପ ନେଉଛନ୍ତି। ତାହାର ବିରୋଧ କରି ସମ୍ବଲପୁର ଜିଲ୍ଲାର ଗାଁ ସାଥି ସଂଘ ତରଫରୁ ଜିଲ୍ଲା ପାଲ ଓ ପ୍ରକଳ୍ପ ନିଦେର୍ଶକ ଙ୍କୁ ଏକ ଦାବୀ ପତ୍ର ଦେଇଛନ୍ତି। ସରକାର ଯେଉଁ ମହତ୍ ଉଦ୍ଦେଶ୍ୟ ନେଇ ଗାଁ ସାଥି ମାନଙ୍କୁ ନିଯୁକ୍ତି କରିଥିଲେ ତାହା ବିଚାରଯୋଗ୍ୟ।

Leave a Reply

Your email address will not be published.