ବିଏମସି ପକ୍ଷରୁ ଡ୍ରେନ ମରାମତି କାର୍ଯ୍ୟ ଆରମ୍ଭ: କମିଶନର ସଞ୍ଜୟ ସିଂ

ଭୂବନେଶ୍ବର: ରାଜ୍ୟର ବିଭିନ୍ନ ସ୍ଥାନରେ ମୌସୁମୀ ପ୍ରଭାବରେ ବର୍ଷା ହେବା ଆରମ୍ଭ ହୋଇସାରିଛି । ରାଜଧାନୀ ଭୂବନେଶ୍ୱରରେ ମୌସୁମିର ପ୍ରଭାବ ସେତେଟା ପଡିନି ସତ, କିନ୍ତୁ ମୌସୁମି ପାଇଁ ପୂର୍ବ ପ୍ରସ୍ତୁତି ଆରମ୍ଭ ହୋଇସାରିଛି । ପ୍ରବଳ ବର୍ଷା କାରଣରୁ ଭୁବନେଶ୍ୱର ବିଭିନ୍ନ ସ୍ଥାନରେ ପାଣି ଜମି ରହିଥିବା ଦୃଶ୍ୟ ଦେଖିବାକୁ ମିଳେ । ଏଥିପାଇଁ ବିଏମସି ପକ୍ଷରୁ ସବୁ ଡ୍ରେନ ମରାମତି କାର୍ଯ୍ୟ ଆରମ୍ଭ କରାଯାଇଥିବାର ବିଏମସି କମିଶନର ସଞ୍ଜୟ ସିଂ ସୂଚନା ଦେଇଛନ୍ତି ।

ଏହାସହିତ ରାଜ୍ୟରେ କରୋନାକୁ ମାତ ଦେବା ପାଇଁ ଟିକାକରଣର ବ୍ୟବସ୍ଥା ପର୍ଯ୍ୟାୟ କ୍ରମେ ଚାଲିଛି । ଯେହେତୁ ଆଗକୁ ରଜ ପର୍ବ ଆସୁଛି, ଆମେ ସେଥିପାଇଁ ବିଶେଷ ଧ୍ୟାନ ଦେଉଛୁ ବୋଲି ସଞ୍ଜୟ ସିଂ କହିଛନ୍ତି । ତତସହିତ ରାଜ୍ୟରେ ରଜ ପର୍ଯ୍ୟନ୍ତ କରୋନା କଟକଣାକୁ କଡାକଡି ଭାବେ ପାଳନ କରାଯିବ । ଯେହେତୁ ପ୍ରତିବର୍ଷ ଭଳି ରଜ ବେଳେ ଦୋକାନ ବଜାରରେ ଭିଡ ଜମେ ତାହା ଯେପରି ଚଳିତ ବର୍ଷ ଏଡାଇ ହେବ ସେଥିପ୍ରତି ଆମେ ଦୃଷ୍ଟି ଦେବୁ ବୋଲି କମିଶନର ସଞ୍ଜୟ ସିଂ ଠାରୁ ଶୁଣିବାକୁ ମିଳିଛି ।

bytes.

Leave a Reply

Your email address will not be published.