ସୋସାଇଟି ଆଗରେ ଚାଷୀଙ୍କ ଧାରଣା

ବାଙ୍କୀ: ସୋସାଇଟି ସେକ୍ରେଟାରୀ ଚାଷୀଙ୍କ ବଦଳରେ ବେପାରୀଙ୍କ ଧାନ ମଣ୍ଡିରେ ବିକ୍ରି କରୁଥିବାର ଅଭିଯୋଗ ହୋଇଛି । ସୂଚନା ଅନୁଯାୟୀ ଯେଉଁ ଚାଷୀଙ୍କ ଧାନ ଗତ ଅଠେଇସି ତାରିଖରେ ମଣ୍ଡିରେ ଦେବାକୁ ମେସେଜ ଆସିଥିଲା, ସେକ୍ରେଟାରୀ କିନ୍ତୁ ଅନ୍ୟମାନଙ୍କ ଧାନ ବିକ୍ରି କରିବାକୁ ନେଇ ଚାଷୀ ଆନ୍ଦୋଳନ କରି ଧାରଣାରେ ବସିଛନ୍ତି । ସେମାନଙ୍କ କହିବା କଥା ଅନୁସାରେ ସୋସାଇଟି ପ୍ରାଙ୍ଗଣରେ ଆଣି ରଖିଥିବା ଧାନ ଲଘୁଚାପ ବର୍ଷାରେ ଭିଜି ଗଜା ହେଲାଣି । ତଥାପି ଏହା ଉପରେ କାହାର ଧ୍ୟାନ ଯାଉନି । ଏଭଳି ଘଟଣା ଦେଖିବାକୁ ମିଳିଛି ବାଙ୍କୀ ସିମିଳିପୁର ସେବା ସମବାୟ ସମିତିରେ । ଏଠି ପଚାଶରୁ ଉର୍ଦ୍ଧ୍ବ ପଞ୍ଜିକୃତ ଚାଷୀ ଏବେ ସମିତି କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସି ମଣ୍ଡିରୁ ଧାନ ଉଠିବା ନେଇ ଦାବି କରିଛନ୍ତି । ଅନ୍ୟପଟେ ସୋସାଇଟି ସେକ୍ରେଟାରୀ ଦେହ ଖରାପ କହି ଘଟଣା ସ୍ଥଳରୁ ଚାଲିଯାଇଛି । ଯଦି ଚାଷୀଙ୍କ ଦାବି ପୂରଣ ନହୁଏ ତେବେ ସେବା ସମବାୟ ସମିତିକୁ ଅନିର୍ଦ୍ଧିଷ୍ଟକାଳ ପାଇଁ ତାଲା ପକାଇବାକୁ ବାଧ୍ୟ ହେବେ ବୋଲି ଚାଷୀମାନେ ଚେତାବନି ଦେଇ କହିଛନ୍ତି ।

Leave a Reply

Your email address will not be published.