ରାଜଧାନୀରେ କରୋନା ଭୟ, ବିଜେଡି ସାଂସଦ-ବିଧାୟକ ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର, (ନାଗରାଜ ନ୍ୟୁଜ): ରାଜ୍ୟରେ କରୋନା ମାମଲା ଦୃତ ଗତିରେ ହୁ ହୁ ହୋଇ ବଢ଼ି ଚାଲିଛି । ଆଜି ରାଜ୍ୟରେ ଦୈନିକ ସଂକ୍ରମଣ ୩୬୭୯ ଛୁଇଁଛି । ଅନ୍ୟପଟେ ଶୁକ୍ରବାର ବିଜେଡିର ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଏ ବିଷୟରେ ପାତ୍ର ନିଜେ ଟ୍ୱିଟ୍ କରି ସୂଚନା ଦେଇଛନ୍ତି । ସେହିପରି ସଦ୍ୟ ସୂଚନା ମୁତାବକ ଭଦ୍ରକ ବିଧାୟକ ସଞ୍ଜୀବ ମଲ୍ଲିକ କରୋନା ସଂକ୍ରମିତ ହୋଇଛନ୍ତି । ସେ ଦ୍ୱିତୀୟ ଥର ପାଇଁ କରୋନାରେ ଆକ୍ରାନ୍ତ ହୋଇଥିବା ଟ୍ୱିଟ୍ କରି ସୂଚନା ଦେଇଛନ୍ତି । ନିକଟରେ ଯେଉଁମାନେ ତାଙ୍କ ସଂସ୍ପର୍ଶରେ ଆସିଛନ୍ତି ସେମାନେ ନିଜର କୋଭିଡ ଟେଷ୍ଟ୍ କରେଇ ନେବାକୁ ଅନୁରୋଧ କରିଛନ୍ତି ।

ଏହାସହିତ ସେ ସମସ୍ତଙ୍କୁ କରୋନା ନିୟମ ପାଳନ କରିବା ସହିତ ସତର୍କ ରହିବାକୁ ଅନୁରୋଧ କରିଛନ୍ତି । ଏହାପୂର୍ବରୁ ଓଡିଶା ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସ ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଥିଲେ ।

Leave a Reply

Your email address will not be published.