ଏମ୍ସରେ ପ୍ରଥମ ଥର ପାଇଁ ଆରମ୍ଭ ହେଉଛି ଇକମୋ ଚିକିତ୍ସା

ଭୂବନେଶ୍ବର: ଦୀର୍ଘଦିନର ପ୍ରତୀକ୍ଷାର ଅନ୍ତ ହୋଇଛି । ଭୂବନେଶ୍ବର ଏମ୍ସରେ ଆଜିଠାରୁ ପ୍ରଥମଥର ଇକମୋ ଚିକିତ୍ସା ଆରମ୍ଭ ହେବାକୁ ଯାଉଛି । ଏହି ଇକମୋ ମେସିନ୍ ରାଜ୍ୟର ପ୍ରଥମ ଥର ପାଇଁ ଉଦଘାଟିତ ହେଲା । ଆଜିଠାରୁ ସେବା ଆରମ୍ଭ ହେବ ବୋଲି ଏମ୍ସ ଅଧୀକ୍ଷକ ସଚ୍ଚିଦାନନ୍ଦ ମହାନ୍ତି ସୂଚନା ଦେଇଛନ୍ତି । କରୋନାର ଦ୍ୱିତୀୟ ଲହରରେ ସୁବଠାରୁ ଅଧିକ ଜଟିଳତା ଦେଖିବାକୁ ମିଳିଥିବାରୁ ଏହି ଚିକିତ୍ସା ଅତ୍ୟନ୍ତ ଆବଶ୍ୟକ ବୋଲି ଦାବି ହୋଇଥିଲା । ନବମ ପ୍ରତିଷ୍ଠା ଦିବସ ଅବସରରେ ଉଦ୍‌ଘାଟନ କଲେ ନିର୍ଦ୍ଦେଶିକା ।

ଏହାପରେ ଆଉ ଏକ ମେସିନ୍ ଆସିବ ବୋଲି ମଧ୍ୟ କହିଛନ୍ତି । କାରଣ କରୋନା ପରର ଜଟିଳତା ପାଇଁ ରୋଗୀଙ୍କୁ ରାଜ୍ୟ ବାହାରକୁ ଯିବାକୁ ପଡୁଥିଲା ବର୍ତ୍ତମାନ ସେଭଳି କରିବାକୁ ପଡିବନାହିଁ । ସବୁଠାରୁ ବଡ କଥା ହେଲା ରୋଗୀ ରାଜ୍ୟରେ ଚିକିତ୍ସା ପାଇପାରିବେ । ବ୍ୟୟବହୁଳ ଚିକିତ୍ସା ପାଇଁ ଆଉ ରାଜ୍ୟ ବାହାରକୁ ଯିବାକୁ ପଡିବନି । କିନ୍ତୁ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ଏଦିଗରେ କାର‌୍ୟ୍ୟ କରିବାରେ ବିଳମ୍ବ କରିଦେଇଥିବା ଜଣାପଡିଛି ।

Leave a Reply

Your email address will not be published.