୪ କ୍ଵିଣ୍ଟାଲରୁ ଉର୍ଦ୍ଧ୍ଵ ଚନ୍ଦନ କାଠ ଜବତ, ୩ ଅଟକ


କଟକ:କଟକ ବନାଞ୍ଚଳ ଡାଳିଯୋଡା ରେଞ୍ଜ ଟାଙ୍ଗୀ ଥାନା ଅନ୍ତର୍ଗତ ସଫା ଜଙ୍ଗଲରୁ ୪ କ୍ବିଣ୍ଟାଲ ରୁ ଉର୍ଧ ଚନ୍ଦନ କାଠ ଜବତ ୩ ଅଟକ ।ସୂଚନା ମୁତାବକ ଏସଟିଫ ଓ ଟାଙ୍ଗୀ ପୋଲିସ ର ମିଳିତ ଚଢାଉ କରାଯାଇ ସଫା ଜଙ୍ଗଲରୁ କାଠକୁ ଜବତ କରିଛି ପୋଲିସ।ବିଶେଷ ସୂତ୍ରରୁ ଖବର ପାଇ ଏସଟିଫ ଅଧିକାରୀ ମାନେ ବେପାରୀ ବେଶରେ ଯାଇ ତିନି ଜଣ ଚନ୍ଦନ କାଠ ମାଫିଆଙ୍କ ପାଖରେ ପହଞ୍ଚି କାଠର ମୂଲଚାଲ କରିଥିଲେ।ମଚଲଚାଲ କରିବା ସମୟରେ ପୂର୍ବ ଯୋଜନା ମୁତାବକ ଟାଙ୍ଗୀ ପୋଲିସ ଓ ଏସଟିଫ ଟିମ ତିନି ଜଣ କାଠ ମାଫିଆଙ୍କୁ ଗିରଫ କରିଥିଲା ସେମାନଙ୍କ ନିକଟରେ ୪.୬୦ କ୍ବିଣ୍ଟାଲ ଚନ୍ଦନ କାଠ ଜବତ କରିଛି ଯାହାର ଆନୁମାନିକ ମୂଲ୍ୟ ୯ ଲକ୍ଷ ହେବ ବୋଲି ପୋଲିସ ସୂଚନା ଦେଇଛି।ଆଗକୁ ଏହି ଚଢାଙ ଜାରି ରହିବ।ବଡକଥା ହେଉଛି ଡାଳିଯୋଡା ରେଞ୍ଜରେ ଚନ୍ଦନ କାଠ ଶାଗୁଆନ କାଠର ଚୋରା ଚାଲଣ ହେଉଥିବା ବେଳେ ବନବିଭାଗ କିଭଳି ଟେର ପାଉନି ତାହା ଚର୍ଚାର ବିଷୟ ପାଲଟିଛି ।ଏକମାସ ମଧ୍ଯରେ ଦୁଇଦୁଇ ଥର ଶାଗୁଆନ କାଠ ଓ ଚନ୍ଦନକାଠ ଧରିବା ପୋଲିସ ପାଇଁ ଏକ ଚ୍ୟାଲେଞ୍ଜ ସୃଷ୍ଟି କରିଛି।

Leave a Reply

Your email address will not be published.