ପୁରୀ‌ ସ୍ବର୍ଗଦ୍ବାରେ ଆଜିଠୁ ବାହାର ଲୋକେ କରିପାରିବେ ଶବ ସତ୍କାର, ନେଗଟିଭ ରିପୋର୍ଟ ବାଧ୍ୟତାମୂଳକ

ପୁରୀ: ଆଜିଠୁ ପୁରୀ ସ୍ୱର୍ଗଦ୍ୱାରରେ ଜିଲ୍ଲା ବାହାର ଲୋକମାନେ ଶବ ସତ୍କାର କରିପାରିବ । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ଜାରି କରିଥିବା କଟକଣା ଅନୁସାରେ କୋଭିଡ୍ ନେଗେଟିଭ୍ ରିପୋର୍ଟ ଥିବା ବ୍ୟକ୍ତିଙ୍କର ଶବ ସତ୍କାର କରିବାକୁ ଅନୁମତି ମିଳିବ ।

ଶନିବାର ଓ ରବିବାର ସପ୍ତାହାନ୍ତ ସଟଡାଉନରେ ଶବ ସତ୍କାର କରିପାରିବେ । କୋଭିଡ୍ ନେଗେଟିଭ୍ ରିପୋର୍ଟ ଥିବା ବ୍ୟକ୍ତିଙ୍କର ଶବ ସତ୍କାର କରିପାରିବେ । ଶବ ସତ୍କାର ବେଳେ କେବଳ ୧୦ ଜଣ ସମ୍ପର୍କୀୟ ଉପସ୍ଥିତ ରହି ପାରିବେ । ମାସ୍କ ପିନ୍ଧିବା ଓ ସାମାଜିକ ଦୂରତା ବଜାୟ ରଖିବା ବାଧ୍ୟତାମୂଳକ । 

Leave a Reply

Your email address will not be published.