ବିରିକୋଟରେ ୪ ହଜାର ୭୩୦ ଲିଟର ମଦ ପୋଚ ଜବତ  ( ଓମ୍ ପ୍ରକାଶ)

 

ଗଜପତି:ଗଜପତି ଜ଼ିଲ୍ଲାପାଳ ଅନୁପ ସାହାଙ୍କ ନିର୍ଦ୍ଦେଶ କ୍ରମେ କ ଅବକାରୀ ବିଭାଗ ଏବଂ ଅଡବା ପୋଲିସ। ପକ୍ଷରୁ ଜ଼ିଲ୍ଲାର ଅଡବା ଥାନା ବିରିକୋଟ ଅଞ୍ଚଳରେ ବେଆଇନ ମଦ ଧରପଗଡ଼ ଆରମ୍ଭ କରାଯାଇଛି l ଏହି ଧରପଗଡ଼ରେ ଜଙ୍ଗଲ ମଧ୍ୟରେ ବେଆଇନ ଭାବରେ ପ୍ରସ୍ତୁତ ହେଉଥିବା ଚାରିହଜାର ସାତଶହ ତିରିଶି ଲିଟର ମହୁଲି ପୋଚ ନଷ୍ଟ କରାଯିବା ସହ ଶହେତିରିଶି ଲିଟର ମହୁଲି ମଦ ଜବତ କରାଯାଇଛି । ଏହାସହ ମଦ ପ୍ରସ୍ତୁତିରେ ବ୍ୟବହୃତ ସାମଗ୍ରୀ ବିଭାଗ ତରଫରୁ ଜବତ କରାଯାଇଛି । ମୋହନା ଅଞ୍ଚଳରେ ବେଆଇନ ମଦ ପ୍ରସ୍ତୁତି ବେଧଡକ ଭାବେ ଚାଲୁରହିଥିବା ବେଳେ ଜ଼ିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଚଢ଼ାଉ ଆରମ୍ଭ କରାଯାଇଥିଲା l ବେଆଇନ ମଦ ପ୍ରସ୍ତୁତି ଏବଂ ବିକ୍ରି ଅଭିଯୋଗ ରେ ବିରିକୋଟ ଗ୍ରାମର ବିମଳ କୁମାର ନାୟକ ଏବଂ ଥୋମାସ ନାୟକଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ନେଇ ଆର. ଉଦୟଗିରି ଅବକାରୀ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଏହି ଚଢ଼ାଉ ଅବକାରୀ ବିଭାଗ ଏବଂ ଅଡବା ପୋଲିସଙ୍କ ମିଳିତ ଉଦ୍ୟମରେ ହୋଇଥିଲା ।ଗଜପତି ଜିଲ୍ଲାରୁ ଓଁମ ପ୍ରସାଦ ରଥ

Leave a Reply

Your email address will not be published.