ନନ୍ଦନକାନନ ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର ,ଗଡିବ ଶିଶୁ ରେଳ

ନାଗରାଜ ନ୍ୟୁଜ୍ : ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ଆସୁଥିବା ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର। ୬ ବର୍ଷ ଧରି ବନ୍ଦ ରହିଥିବା ଶିଶୁ ରେଳ ଖୁବ୍ ଶିଘ୍ର ଗଡିବ ।  ନବକଳେବର ହୋଇ ଆସିଛି ୨ଟି ଇଂଜିନ୍ ଓ ୫ଟି ଯାତ୍ରିବାହୀ ବଗି। ଏବେ ଶିଶୁ ରେଳର ଇଂଜିନ୍ ଓ ଯାତ୍ରିବାହୀ ବଗି ଗୁଡିକୁ ରେଳ ଧାରଣାକୁ ଆଣି ଛିଡା କରାଯାଇଛି। ଏକ ସପ୍ତାହ ପର୍ଯ୍ୟନ୍ତ ଧାରଣାରେ ପରୀକ୍ଷଣମୂଳକ ଭାବେ ପ୍ରଥମେ ଇଂଜିନ୍ ଓ ପରେ ଇଂଜିନ୍ ସହିତ ବଗି ଲାଗାଯାଇ କର୍ମଚାରୀଙ୍କ ସହିତ ଗଡାଯିବ ବୋଲି କର୍ତ୍ତୁପକ୍ଷ ସୂଚନା ଦେଇଛନ୍ତି। ‌କୌଣସି ପ୍ରକାରର ତରବରିଆ ତୃଟି ବିଚ୍ୟୁତି ଥାଇ ପର୍ଯ୍ୟଟକଙ୍କ ପାଇଁ ବିପଦ ସୃଷ୍ଟି କରିବା ଭଳି ପଦକ୍ଷେ ନେବାକୁ କର୍ତ୍ତୁପକ୍ଷ ଚାହଁୁ ନଥିବା ସୂଚନା ଦେଇଛନ୍ତି। ତେବେ ସଂପୂର୍ଣ୍ଣ ଆଶ୍ବସ୍ଥ ହୋଇ ଚଳାଚଳ କରିବା ପାଇଁ ଚଳିତ ମାସଟି ବିତିଯାଇପାରେ ବୋଲି ଉପନିର୍ଦ୍ଦେଶକ ବିମଳ ପ୍ରଶନ୍ନ ଆଚାର୍ଯ୍ୟ ସୂଚନା ଦେଇଛନ୍ତି।

ଏମସିଏଲ ମାଧ୍ୟମରେ ୩.୦୫ କୋଟି ଟଙ୍କା‌ ବେୟରେ ଶିଶୁ ରେଳ ପ୍ଲାଟଫର୍ମ ଓ ରେଳ ପଥ ଉନ୍ନତିକରଣ ଲାଗି ଗତ ୨୦୧୬ ମସିହା ଅକ୍ଟୋବର ମାସ ୨୨ ତାରିଖରୁ  ୨୦୨୦ ମସିହା ଡିସେମ୍ବର ମାସ ୨୦ ତାରିଖ କାର୍ଯ୍ୟ ଶେଷ କରିବାର ଲାଗି କାର୍ଯ୍ୟାଦେଶ ପାଇଥିଲା। ଦାୟୀତ୍ବ ବହନ କରିଥିବା ରାଇଟସ୍ କମ୍ପାନୀ  ଉନ୍ନତିକରଣ କାର୍ଯ୍ୟ ସଂପୂର୍ଣ୍ଣ କରି ନନ୍ଦନକାନନକୁ ହସ୍ତାନ୍ତର କରିଛି। ୯୩ ଲକ୍ଷ ଟଙ୍କା ବେୟରେ ରାଜସ୍ଥାନର ଏକ ଇଂଜିନିୟରିଂ କମ୍ପାନୀ ନୂତନ ରେଳ ଡବା ଓ ଇଂଜିନ୍ ତିଆରି କରିବା ଲାଗି ରାଇଟସ ଠାରୁ କାର୍ଯ୍ୟାଦେଶ ପାଇଥିଲା।

ସେ ୨୦ ଜଣ ଯାତ୍ରୀ ବସିପାରିବା ଭଳି ୩ଟି ୨୦ ଜଣ ବସିବା ଭଳି, ୧ଟି  ୧୦ ଜଣ ବସିବା ଭଳି ଓ  ଗୋଟିଏ ୨ ଜଣ ବସିବା ଭଳି ମିଶାଇ ମୋଟ ୭୨ ଜଣ ବସିବା ଭଳି ୫ଟି ଡବା ସହିତ ଏକ ଇଂଜିନ୍ ପ୍ରସ୍ତୁତ ହୋଇ ରହିଛି। ତେବେ  ନନ୍ଦନକାନନକୁ ହସ୍ତାନ୍ତର କରିବା ପରେ ଯଥା ଶିଘ୍ର ସମ୍ଭବ ପର୍ଯ୍ୟଟକଙ୍କ ଲାଗି ଶିଶୁ ରେଳ ଚଳାଇବାର ବନ୍ଦୋବସ୍ତ କରାଯିବ ବୋଲି ସୂଚନା ମିଳିଛି। ନନ୍ଦନକାନନ କର୍ତୁପକ୍ଷ ପରୀକ୍ଷଣ ଭାବେ କିଛି ଦିନ ନିଜ ଅଧୀନରେ ରଖି ଚଲାଇବା ପରେ ଟେଣ୍ଡର ଜରୀଆରେ ଦେବେ ବୋଲି ସୂଚନା ମିଳିଛି।

ସୂଚନା ଯୋଗ୍ୟ ଗତ ୧୯୭୧ ମସିହା ଅଗଷ୍ଟ ମାସ  ୮ ତାରିଖରେ ଭାରତୀୟ ରେଳ ଦ୍ବାରା ନନ୍ଦନକାନନ ପ୍ରାଣୀ ଉଦ୍ୟାନ ପରିସରରେ ପ୍ରଥମ କରି ପ୍ରତିଷ୍ଠା ଲାଭ କରିଥିବା ଶିଶୁ ରେଳକୁ ତତ୍କାଳୀନ ମୁଖ୍ୟ ମନ୍ତ୍ରୀ ସ୍ବର୍ଗତ ବିଶ୍ବାନାଥ ଦାସ ଉଦଘାଟନ କରିଥିଲେ। ସେତେବେଳେ ଶିଶୁରେଳରେ ଯାତ୍ରାକରି ନନ୍ଦନକାନନ ପରିବେଶକୁ ମନଭରି ଉପଭୋଗ କରିବା ଲାଗି ପର୍ଯ୍ୟଟକଙ୍କ ମଧ୍ୟରେ ଅପୂର୍ବ କୌତୁହଳ ପ୍ରକାଶ ପାଇଥିଲା। ନନ୍ଦନକାନନରେ ଶିଶୁ ରେଳରେ ଯାତ୍ରାକରିବା ଲାଗି ଗ୍ରମାଞ୍ଚଳରୁ ଲୋକଙ୍କ ସୁଅ ଛୁଟୁଥିଲା। କାଳକ୍ରମ‌େ ଲୋକପ୍ରିୟତା ବଢିବା ସହ ନନ୍ଦନକାନନର ଅର୍ଥନୀତିରେ ସହାୟକ ହୋଇଥିଲା ଶିଶୁ ରେଳ। ଗତ ୧୯୯୩ ମସିହା ନଭେମ୍ବର ୧୪ ତାରିଖରେ ତତକାଳୀନ ରେଳ ମନ୍ତ୍ରୀ କାହ୍ନୁ ଚରଣ ଲେଙ୍କା ସମୟରେ ଭାରତୀୟ ରେଳ ବିଭାଗ ତରଫରୁ ଶିଶୁ ରେଳ,ପଥ ଓ ପ୍ଲାଟପର୍ମକୁ ଉନ୍ନତିକରଣ ଓଡ଼ିଶାର ଶିଶୁମାନଙ୍କ ମନୋରଞ୍ଜନ ଉଦ୍ଦେଶ୍ୟରେ ଉପହାର ସଦୃଶ ପ୍ରଦାନ କରାଯାଇଥିଲା। ଯାହାକୁ ତତକାଳୀନ ମୁଖ୍ୟ ମନ୍ତ୍ରୀ ସ୍ବର୍ଗତ ବିଜୁ ପଟ୍ଟନାୟକ  ପତାକା ହଲାଇ ଶୁଭାରମ୍ଭ କରିଥିଲେ। କାଳକ୍ରମ‌େ ଶିଶୁ ରେଳ ବେଶ୍ ଲୋକପ୍ରିୟ ହେବାରେ ଲାଗିଥିଲା। ଶିଶୁ ପରେ ବୟସ୍କ ମଧ୍ୟ ଯାତ୍ରା କରି ମନୋରଞ୍ଜନ କରିଥିଲେ। ଟିକେଟ ୨ଟଙ୍କାରୁ ୫ ଟଙ୍କା ପରେ ୧୦ ଟଙ୍କାକୁ ବଦ୍ଧି ପାଇଥିଲା। ଟିକେଟ ବାବଦକୁ ଆଦାୟ ରାଜସ୍ବ ଶିଶୁ ରେଳ ନନ୍ଦନକାନନ ପରିଚାଳନାରେ ବେୟ ହେଉଥିବା ଅବଶ୍ୟ ଅର୍ଥର ଏକ ଅଂଶରେ ସହାୟକ ହୋଇଥିଲା। ଗତ ୨୦୦୮ ମସିହାରୁ ଟେଣ୍ଡର ମାଧ୍ୟମରେ ଦିଆଯାଇଥିଲା। ଗତ ୨୦୦୮ ମସିହାରୁ ପ୍ରଥମ କରି ଘରୋଇକରଣ କରାଯାଇଥିଲା। ୨୦୦୮ ମସହା ମଇ ମାସ ୮ତାରିଖରୁ ବାର୍ଷିକ ୬ଲକ୍ଷ ୬ ହଜାର ୮୪୬ ଟଙ୍କା ହିସାବରେ ଗଙ୍ଗାଧର ରାଉତଙ୍କ ନାମରେ ଚୂକ୍ତି ସ୍ବାକ୍ଷରିତ କରି ଠିକା ଦିଆଯାଇଥିଲା। ପ୍ରତିବର୍ଷ ମୂଳ ଚୂକ୍ତ ଉପରେ ୧୦ ପ୍ରତିଶତ ବଦ୍ଧିକରି ଅର୍ଥ ପୖଠ କରିବାକୁ ଚୁକ୍ତି ସ୍ବାକ୍ଷରିତ ହୋଇଥିଲା। ଚୂକ୍ତି ମୁତାବକ ଠିକାଦାର ସୂଚାରୁରୂପେ ପରିଚାଳନା କରି  ଗତ ୨୦୧୩ ମସିହା ଅଗଷ୍ଟ ମାସ ମାସ ୭ ତାରିଖ ପର୍ଯ୍ୟନ୍ତ  ଅର୍ଥ ‌ପୈଠ କରିଥିଲେ। ଦାୟୀତ୍ବ ଛାଡିବାର‌ ଶେଷ ବର୍ଷରେ ୮ ଲକ୍ଷ ୪୮ ହଜାର ୦୯୮ ପୈଠ କରିଥିଲା। ଏହା ପରଠାରୁ ସିଟିକର୍ଣ୍ଣ ନାମକ ସଂସ୍ଥା  ବାର୍ଷିକ ୧୨ ଲକ୍ଷ ଟଙ୍କା ହିସାବରେ ୫ ବର୍ଷ ପାଇଁ  ଟେଣ୍ଡର ମାଧ୍ୟମରେ ଦାୟିତ୍ବ ବହନ କରିଥିଲେ। ମାତ୍ର ବର୍ଷେ  ପରେ ଠିକା ସଂସ୍ଥା ଦେବାଳିଆ ହେବାରୁ ଦାୟୀତ୍ବ ତୁଲାଇ ନପାରି ଗତ ୨୦୧୪ ମସିହା ଅକ୍ଟୋବରରେ ଛାଡି ଚାଲିଯାଇଥିଲା। ସେବେଠାରୁ ବନ୍ଦ ରହିଥିଲା ନନ୍ଦନକାନନ ପ୍ରାଣୀ ଉଦ୍ୟାନର ଶିଶୁ ରେଳ। ଦୀର୍ଘ ବର୍ଷ ଧରି ଅଚଳ ହୋଇ ରହିବା ଫଳରେ ରେଳ ଇଂଜିନ୍,ପଥ,ଡବା କଳଙ୍କି ଧରି ନଷ୍ଟ ହୋଇଥିଲା ଓ ପ୍ଲାଟଫର୍ମ ମଧ୍ୟ ଭାଙ୍ଗି ରୁଜି ଯାଇଥିଲା। ଶିଶୁ ରେଳ ବନ୍ଦ ରହିଥିବାରୁ ବୁଲି ଆସୁଥିବା ପର୍ଯ୍ୟଟକ ନିରାଶ ‌ହୋଇ ଫେରୁ ଥିଲେ।

ଖୁବ୍ ଶିଘ୍ର ନନ୍ଦନକାନନ ଶିଶୁ ରେଳ ପୁଣି ଚଳଚଞ୍ଚଳ ହେବ, ବୁଲି ଆସୁଥିବା ପର୍ଯ୍ୟଟକଙ୍କୁ ମନୋରଞ୍ଜନର ସୁବିଧା ମିଳିବ।

Leave a Reply

Your email address will not be published.