ରାଜ୍ୟରେ ପ୍ରବଳ ବର୍ଷିବ ବର୍ଷା

ଭୁବନେଶ୍ୱର, (ନାଗରାଜ ନ୍ୟୁଜ): ରାଜ୍ୟରେ ପ୍ରବଳ ବର୍ଷିବ ବର୍ଷା । ଉତ୍ତର ଓ ଉପକୂଳ ଓଡିଶାରେ ଶୁକ୍ରବାର ବର୍ଷା ହେବାର ସମ୍ଭାବନା ରହିଛି । ଶୁକ୍ରବାର ସକାଳୁ ୩୬ ଘଣ୍ଟା ଭିତରେ ଅଧିକ ବର୍ଷା ହେବାର ସମ୍ଭାବନା ରହିଛି । ମୟୂରଭଞ୍ଜ ବାଲେଶ୍ୱର ଓ ଭଦ୍ରକର ଅନେକ ସ୍ଥାନରେ ମଧ୍ୟମ ଧରଣର ବର୍ଷା ହେବ । ସେହିପରି କେନ୍ଦ୍ରାପଡା, କେନ୍ଦୁଝର, ଝାରସୁଗୁଡା, ଦେବଗଡ ଓ ସୁନ୍ଦରଗଡରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବ । ଏନେଇ ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି । ସେହିପରି ଶୁକ୍ରବାର ଓ ଶନିବାର ମଧ୍ୟାହ୍ନ ସୁଦ୍ଧା ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବ । କଟକ, ଜଗତସିଂହପୁର, ଖୋର୍ଦ୍ଧା, ପୁରୀ ଓ ଢେଙ୍କାନାଳରେ ସ୍ୱଳ୍ପ ଧରଣର ବର୍ଷା ହେବ । ସେପଟେ ଗଞ୍ଜାମ ସମେତ ଦକ୍ଷିଣ ଓଡିଶା ଏବଂ କେନ୍ଦ୍ରୀୟ ଓଡିଶାରେ ହାଲୁକା ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ।

ଶୁକ୍ରବାର ରାତିରେ ଉଭୟ ଉତ୍ତର ଓ ଦକ୍ଷିଣ ଓଡିଶାର ସର୍ବନିମ୍ନ ତାପମାତ୍ରା ୪ରୁ ୫ ଡିଗ୍ରି ପର୍ୟ୍ୟନ୍ତ ହ୍ରାସ ପାଇବ । ପରବର୍ତ୍ତୀ ୩ ଦିନ ଉତ୍ତର ଉପକୂଳ ଓ ଆଭୟନ୍ତରୀଣ ଓଡିଶାର ତାପମାତ୍ରା ଅପରିବର୍ତ୍ତିତ ରହିବାକୁ ଥିବା ବେଳେ ଆଭ୍ୟନ୍ତରୀଣ ଦକ୍ଷିଣରେ କ୍ରମଶଃ ବୃଦ୍ଧି ପାଇବ । ସୋମବାର ଠାରୁ ୩ ଡିଗ୍ରୀ ବଢିବ ।

Leave a Reply

Your email address will not be published.