ହାତୀର ଶବ ଉଦ୍ଧାର

ହିନ୍ଦୋଳ : ଗତ କାଲି ରାତିରେ ଖଲିବୋରାଇ ବନାଞ୍ଚଳସ୍ଥିତ କପିସାହି ଗ୍ରାମ ନିକଟବର୍ତ୍ତି ଜଙ୍ଗଲରେ ଏକ ଦନ୍ତା ହାତୀ ମରି ପଡିଥିବାର ଦେଖିବାକୁ ମିଳିଥିଲା। ମୃତ ହାତୀଟି ର ବୟସ ପ୍ରାୟ ଦଶ ବର୍ଷ ହେବ। ତାକୁ ଦେଖିବାକୁ ସ୍ଥାନୀୟ ଲୋକଙ୍କର ଭିଡ ଜମିଥିଲା। ବନ ବିଭାଗ କର୍ମଚାରୀ ମାନେ ରତି ସାରା ହାତୀଟିର ଶବକୁ ଜଗି ରହିଥିଲେ। ମୃତ୍ୟୁର କାରଣ ଜାଣିବା ପାଇଁ ସକାଳେ ହାତୀଟି ର ଶବକୁ ବ୍ଯଵଚ୍ଛେଦ କରାଯାଇଛି। ଶବ ବ୍ୟବଚ୍ଛେନ ରିପୋଟ ଆସିବା ପରେ ତା ମୃଦ୍ୟୁ ର ପ୍ରକୃତ କାରଣ ଜଣାପଡିବ ।
ସୂଚନାଯୋଗ୍ୟ ବେଶ୍ କିଛି ଦିନ ହେବ ଏହି ଅଞ୍ଚଳରେ ହାତୀ ଉପଦ୍ରବ ବୄଦ୍ଧି ପାଇବାରେ ଲାଗିଛି। ଜଙ୍ଗଲ ଲୋପ ପାଇବାରେ ଲାଗିଥିବାରୁ ଜଙ୍ଗଲର ହାତୀମାନେ ଗ୍ରାମାଞ୍ଚଳ ମୁହାଁ ହେଉଥିବା ଦେଖିବାକୁ ମିଳୁଛି । ହାତୀ ଓ ମଣିଷ ମଧ୍ୟରେ ଲଢେଇ ହେଉଛି। କେତେବେଳ ହାତୀ ମଣିଷକୁମାରୁଛି ତ କେତେ ବେଳେ, ମଣିଷକୁ ହାତୀ ମାରୁଛି। ନିକଟରେ ହାତୀ ଆକ୍ରମଣରେ ଜଣେ ମହିଳାଙ୍କର ମୃତ୍ୟୁ ହୋଇଥିଲା। ହାତୀ କୁ ନେଇ ସ୍ଥାନୀୟ ଜନସାଧାରଣ ବର ଜିବନ ବିତାଉଛନ୍ତି। ଏବେ ହାତୀଟିକୁ ଭୟଭିତ ହୋଇ କିଛି ଲୋକ ମାରି ଦେଇଥିବା ଚର୍ଚ୍ଚା ହେଉଛି।

ହିନ୍ଦୋଳ ରୁ ବିହୁପ୍ରସାଦ ଶତପଥୀ ଙ୍କ ରିପୋର୍ଟ

Leave a Reply

Your email address will not be published.