ଆବାସଯୋଜନା ବଣ୍ଟନରେ ଅନିୟମିତତା ଅଭିଯୋଗରେ ବାଙ୍କୀ ଏନଏସି ଆଗରେ ବିକ୍ଷୋଭ

ବାଙ୍କୀ: ପୌରନିର୍ବାଚନକୁ ଆଖିଆଗରେ ରଖି ସରକାର ସହରାଞ୍ଚଳରେ ଗରିବ, ଅସହାୟ ମାନଙ୍କୁ ଆବାସଯୋଜନାରେ ଘର ଯୋଗାଇଦେବାକୁ ଲକ୍ଷ୍ୟନେଇଏବେ କାର୍ଯାଦେଶ ବଣ୍ଟନ କରିବାକୁ ନିର୍ଦେଶଦେଇଥିବାବେଳେ କଟକଜିଲ୍ଲା ବାଙ୍କୀ ବିଜ୍ଞାପିତ ଅଞ୍ଚଳ ପରିଷଦରେ ଏବେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ ହେଉଛି। ଯାହାକି ଏନେଇ ଏନଏସି ଆଗରେ ଓ ପରେ ନିର୍ବାହୀ ଅଧିକାରୀଙ୍କ ପାଖରେ ବାଦ ପଡିଥିବା ହିତାଧିକାରୀ ହୋହାଲା ପାଟିତୁଣ୍ଡ କରିଥିଲେ ।ବାଦ ପଡିଥିବା ହିତାଧିକାରୀଙ୍କୁ ବାସ ଗୃହ ନମିଳିବା ପର୍ଯ୍ୟନ୍ତ କାର୍ଯ୍ୟାଦେଶ ବଣ୍ଟନ ନକରି ବନ୍ଦ କରିବାକୁ ଦାବି କରିଥିଲେ ।ଯେଉଁମାନେ ଗରିବ ଭାଙ୍ଗ।ଘରେ ରହିଦିନ କାଟୁଛନ୍ତି ସେମାନଙ୍କୁ ସରକାରୀ ଯୋଜନାରେ ବାସଗୃହ ନଦେଇ ତଥା ଯେଉଁ ମାନଙ୍କ ନାମ ପୂର୍ବରୁ ଚୟନ କରାଯାଇଥିଲା ସେମାନଙ୍କୁ ଚଞ୍ଚକତା କରି ତାଲିକାରୁ ବାଦ ଦିଆଯାଇ ଦୁଇ ମହଲା କୋଠାଘର,ଓ ସରକାରୀକର୍ମଚାରୀ ଏପରିକି ଏନ,ଏ,ସି କର୍ମଚାରୀଙ୍କ ସମ୍ପର୍କୀୟ ପରିବାରଲୋକଙ୍କ ନାମ ଥିବାର ତାଲିକାରେପ୍ରକାଶ ପାଇବାପରେ ବାଙ୍କୀ ଏନ, ଏ, ସି, କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେବସିଛନ୍ତି ବହୁସଂଖ୍ୟକ ଗରିବହିତାଧିକାରୀ ଓ ଅସହାୟ ମହିଳା । ଯୋଗ୍ୟ ହିତାଧିକାରୀ ମାନଙ୍କ ନାମ ସଂଯୋଗକରିବା ସହିତ ତଦନ୍ତକରି ଅଯୋଗ୍ୟ ମାନଙ୍କୁ ବାଦ ଦେବାଦାବିରେ ଆଜି ଏନଏସି ଆଗରେ ବସିଛନ୍ତି ହିତାଧିକାରୀ ମାନେ। ଅନ୍ୟ ପକ୍ଷରେଏନ,ଏ,ସି ନିର୍ବାହୀଅଧିକାରୀ କହିଛନ୍ତି ବାଦ ପଡିଯାଇଥିବା ହିତାଧିକାରୀଙ୍କୁ ତଦନ୍ତ କରି ଏକ ମାସମଧ୍ୟରେ ବାସ ଗୃହ ଯୋଗାଇଦେଆଯିବା ସହିତ ଯୋଗ୍ୟ ହିତାଧିକାରୀଙ୍କୁ ସରକାରୀ ଯୋଜନାରେ ଯଥାଶୀଘ୍ର ଘର ଦିଆଯିବବୋଲି ପ୍ରତିଶ୍ରୁତି ଦେଇଛନ୍ତି ବାଙ୍କୀ,ଏନ,ଏ,ସି ,ନିର୍ବାହୀଅଧିକାରୀରଞ୍ଜନ ମହାପାତ୍ର।

Leave a Reply

Your email address will not be published.