ହାଇଦ୍ରାବାଦରେ ୮ ସିଂହ କରୋନା ସଂକ୍ରମିତ, ନନ୍ଦନକାନନରେ ସୁରକ୍ଷା ବ୍ୟବସ୍ଥା

ଭୁବନେଶ୍ବର: ହାଇଦ୍ରାବାଦସ୍ଥିତ ନେହେରୁ ଜୁଲୋଜିକାଲ ପାର୍କର ୮ ସିଂହ କରୋନା ସଂକ୍ରମିତ ହୋଛନ୍ତି। କରୋନା ମହାମାରୀ ବନ୍ୟପ୍ରାଣୀ ମାନଙ୍କୁ ସଂକ୍ରମିତ କରୁଥିବା ଜଣା ପଡିବା ପରେ ସମଗ୍ର ଭାରତ ବର୍ଷର ଚିଡିଆଖାନାରେ ଥିବା ବନ୍ୟପ୍ରାଣୀ ସଂକ୍ରମିତ ହେବାର ଆଶଙ୍କା ଦେଖାଦେଇଛି। କେନ୍ଦ୍ରୀୟ ଚିଡିଆଖାନା କର୍ତୁପକ୍ଷ ନନ୍ଦନକାନନ କର୍ତୁପକ୍ଷଙ୍କ ସମେତ ସମସ୍ତ ଚିଡିଆଖାନା କର୍ତୁପକ୍ଷଙ୍କୁ ରହିଥିବା ବନ୍ୟ ପ୍ରାଣୀଙ୍କ ସୁରକ୍ଷା ପାଇଁ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

କେନ୍ଦ୍ରୀୟ ଚିଡିଆଖାନା କର୍ତୁପକ୍ଷଙ୍କ ନିର୍ଦ୍ଦେଶ କ୍ରମେ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ କୋଭିଡ ସୁରକ୍ଷା ବ୍ୟବସ୍ଥା କରାଯାଇଥିବା ଉପନିର୍ଦ୍ଦେଶକ ବିମଳ ପ୍ରସନ୍ନ ଆଚାର୍ଯ୍ୟ ସୂଚନା ଦେଇଛନ୍ତି। ସମସ୍ତ ୨୧୨ ଗୁଆଡ଼ ମଧ୍ୟରେ ଥିବା ୪ ହଜାରରୁ ଉର୍ଦ୍ଧ୍ୱ ଜୀଵଜନ୍ତୁଙ୍କ ସୁରକ୍ଷା, ସେମାନଙ୍କୁ ଖାଦ୍ୟ ଯୋଗାଣ ଆଦି ସେବାରେ ନିୟୋଜିତ ବାଥିବା କର୍ମଚାରୀଙ୍କ ଲାଗି ସ୍ୱତନ୍ତ୍ର ବ୍ୟବସ୍ଥାମାନ କରାଯାଇଛି। ପ୍ରତ୍ୟେକ କର୍ମଚାରୀ କାର୍ଯ୍ୟରେ ଯୋଗ ଦାନ ପୂର୍ବରୁ ସାନିଟାଇଜର ଫଟକରେ ଶରୀରକୁ ଷୋଧନ କରିବା ସହିତ ଥରମାଲ ସ୍କାନିଂ କରି ପ୍ରବେଶ କରୁଛନ୍ତି ।  ଖୁଆଡ ଭିତରକୁ ପ୍ରବେଶ କରିବା ପୂର୍ବରୁ ଗୋଡରେ ଯୋତା, ହାତରେ ଗ୍ଳୋବ୍ସ ଓ ମୁହଁରେ ମାସ୍କ ପିନ୍ଧୁଛନ୍ତି। ଜୀବଜନ୍ତୁ ଖୁଆଡ଼ର ପ୍ରବେଶ ପଥରେ ରଖାଯାଉଥିବା ପଟାସ ପାଣିକୁ ଯୋତାରେ ମାଡି ଭିତରକୁ ପ୍ରବେଶ କରିବେ ଓ କାର୍ଯ୍ୟ ସାରି ବାହାରକୁ ମଧ୍ୟ ସେହିନରି ଆସୁଛନ୍ତି।  ସମସ୍ତ ପ୍ରାଣୀ ଘରକୁ ସାନିଟାଜର ସ୍ପ୍ରେ କରାଯାଉଛି। ଜୀବଜନ୍ତୁଙ୍କ   ସ୍ୱାସ୍ଥ୍ୟ ଅବସ୍ଥା ଓ ଗତିବିଧି ଉପରେ  ନଜର ରଖିବାକୁ ଜନ୍ତୁ ରକ୍ଷକ ଓ କର୍ମଚାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। କୌଣସି ପ୍ରାଣୀଠାରେ ସଂକ୍ରମଣର ଲକ୍ଷଣ ପ୍ରକାଶ ପାଇଲେ ତୁରନ୍ତ ଚିକିତ୍ସା ସେବା ଯୋଗାଇକୁ ସଜାଗଥିବା ପ୍ରାଣୀ ଚିକିତ୍ସା କେନ୍ଦ୍ରର ଡାକ୍ତରଙ୍କୁ ଅବଗତ କରାଯିବ। ସେମାନେ ତୁରନ୍ତ ଆବଶକ୍ୟ ଚିକିତ୍ସା କରିବାକୁ ସଜାଗ ରହିଛନ୍ତି। ନନ୍ଦନକାନନର କର୍ମଚାରୀ ଓ ପ୍ରାଣୀ ସମସ୍ତଙ୍କ ସୁରକ୍ଷା ଲାଗି କେନ୍ଦ୍ରୀୟ ଚିଡିଆଖାନା କର୍ତୁପକ୍ଷଙ୍କ ନିର୍ଦ୍ଦେଶକ୍ରମେ ସୁରକ୍ଷା ବ୍ୟବସ୍ଥା କରାଯାଇଥିବା ଉପନି‌ର୍ଦ୍ଦେଶକ ସୂଚନା ଦେଇଛନ୍ତି।

 

Leave a Reply

Your email address will not be published.