ରାଜ୍ୟରେ ୨ଦିନ ଭିତରେ କମିବ ଶୀତର ପ୍ରକୋପ

ଭୁବନେଶ୍ୱର, (ନାଗରାଜ ନ୍ୟୁଜ): ରାଜ୍ୟରେ ଗତ ୨ ଦିନ ହେଲା ଶୀତର ପ୍ରକୋପ ଲାଗି ରହିଛି । ହେଲେ ରାଜ୍ୟରେ ଆସନ୍ତା ୨ଦିନ ଭିତରେ ଶୀତର ପ୍ରକୋପ ହ୍ରାସ ପାଇବ ।  ଆସନ୍ତା ୧୬ ତାରିଖରେ ପଶ୍ଚିମ ଓଡିଶାରେ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି । ପଶ୍ଚିମା ଝଡ ପ୍ରଭାବରେ ନୂଆପଡା, ବରଗଡ, ଝାରସୁଗୁଡା ଓ ସୁନ୍ଦରଗଡ ଆଦି ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ରାଜ୍ୟରେ କେତେକ ସ୍ଥାନର ସର୍ବନିମ୍ନ ଓ ସର୍ବାଧିକ ତାପମାତ୍ରା ଆଜି ବୃଦ୍ଧି ହୋଇଛି । ଦକ୍ଷିଣ ଓ ପଶ୍ଚିମ ଓଡିଶାର ଅଧିକାଂଶ ଜିଲ୍ଲାର ତାପମାତ୍ରା ୧୨ ଓ ୧୩ ଡିଗ୍ରୀ ଉପରେ ରହିଛି । ଛତ୍ରପୁରରେ ରାତି ତାପମାତ୍ରା ସର୍ବାଧିକ ୧୭ ଡିଗ୍ରୀ ରହିଥିଲା । ସେହିପରି ପୁରୀରେ ୧୬.୬ ଡିଗ୍ରୀ, ପାରାଦୀପରେ ୧୫.୬, ଗୋପାଳପୁରରେ ୧୫.୪, ପାରଳାଖେମୁଣ୍ଡିରେ ୧୫ ଓ ଚାନ୍ଦବାଲିରେ ୧୪.୯ ଡିଗ୍ରୀ ଥିଲା ।

ତେବେ ଆସନ୍ତା ୧୭ ଓ ୧୭ ତାରିଖରେ ଆଭ୍ୟନ୍ତରୀଣ ଦକ୍ଷିଣ ଓଡିଶାରେ ପାଗ ମେଘୁଆ ରହିବ । ୧୬ରେ କାଁ ଭାଁ କିଛି ସ୍ଥାନରେ ବର୍ଷା ହୋଇପାରେ । ୨୧ରେ ଉତ୍ତର ଆଭ୍ୟନ୍ତରୀଣ ଓଡିଶାରେ ପାଗ ମେଘୁଆ ରହିବ । ଗୋଟିଏ ଦୁଇଟି ସ୍ଥାନରେ ସାମାନ୍ୟ ବର୍ଷା ହୋଇପାରେ । ୨୧ରେ ଭୁବନେଶ୍ୱର ସମେତ ଉପକୂଳ ଓଡିଶାର ସର୍ବାଧିକ ତାପମାତ୍ରା ୩୩ରୁ ୩୪ ଡିଗ୍ରୀ ରହିବ ବୋଲି ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ର ନାଥ ପଶୁପାଳକ କହିଛନ୍ତି ।

Leave a Reply

Your email address will not be published.