ଆସନ୍ତାକାଲି ପ୍ରକାଶ ପାଇବ ମାଟ୍ରିକ ପରୀକ୍ଷା ପାଇଁ

ଭୂବନେଶ୍ବର: ଆସନ୍ତାକାଲି ପ୍ରକାଶ ପାଇବ ମାଟ୍ରିକ ପରୀକ୍ଷା ଫଳ । କରୋନା ସଂକ୍ରମଣ ପାଇଁ ଚଳିତବର୍ଷ ମାଟ୍ରିକ ପରୀକ୍ଷା ବାତିଲ୍ କରାଯାଇଥିଲା । ଅଫଲାଇନ ପରୀକ୍ଷା ନହୋଇ ପୂର୍ବ ପରୀକ୍ଷା ଆଧାରରେ ମାର୍କ ଦିଆଯାଇଛି ।

ଆସନ୍ତକାଲି କଟକ ବିଏସଇ ବୋର୍ଡ ଅପରାହ୍ନ ୪ଟାରେ ବୋର୍ଡ କାର୍ଯ୍ୟାଳୟରେ ପରୀକ୍ଷା ଫଳ ପ୍ରକାଶ ପାଇବ । ଷ୍ଟେଟ ଓପନ ସ୍କୁଲ ଓ ମଧ୍ୟମା ପରୀକ୍ଷାଫଳ ମଧ୍ୟ ପ୍ରକାଶ ପାଇବ ।

ପରୀକ୍ଷା ହୋଇନଥିବାରୁ ଚଳିତ ବର୍ଷର ମାର୍କିଂ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଚିନ୍ତା ବଢିଯାଇଛି । ତେବେ ମାର୍କରେ ଅସନ୍ତୁଷ୍ଟ ଛାତ୍ରଛାତ୍ରୀ ପରେ ଅଫଲାଇନ ପରୀକ୍ଷା ଦେଇ ମାର୍କ ପାଇପାରିବେ ।

ସଂଧ୍ୟା ୬ଟାରେ ବୋର୍ଡ ଓ୍ଵେବସାଇଟ୍ www.bseodisha.ac.in,www.bseodisha.nic.inରେ ପରୀକ୍ଷାଫଳ ଜାଣିହେବ । ସେହିଭଳି ଏସଏମଏସ ଦ୍ବାରା ଅର୍ଥାତ OR01<rollno> 5676750କୁ ମେସେଜ କରି ଛାତ୍ରଛାତ୍ରୀ ରେଜଲ୍ଟ ପାଇପାରିବେ ।

Leave a Reply

Your email address will not be published.