ଆହୁରି ୪ ଦିନ ବର୍ଷିବ

ଭୂବନେଶ୍ବର: ରାଜ୍ୟରେ ଆହୁରି ୪ ଦିନ ଯାଏଁ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଆସନ୍ତା ୨୬ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବ । ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ବିଭିନ୍ନ ଜିଲାକୁ ୟେଲୋ ଓ୍ବାର୍ଣ୍ଣିଙ୍ଗ ଜାରି କରିଛି । ଏଥିସହ ସ୍ବତନ୍ତ୍ର ରିଲିଫ କମିଶନର ସମସ୍ତ ଜିଲାପାଳଙ୍କୁ ଚିଠି ଲେଖି ସତର୍କ ରହିବାକୁ ପରାମର୍ଶ ଦେବା ସହିତ ସ୍ଥିତି ନିରୀକ୍ଷଣ କରି ପଦକ୍ଷେପ ନେବା ପାଇଁ କହିଛନ୍ତି ।

ଆଜି ଉତ୍ତର ପଶ୍ଚିମ ବିହାରରୁ ଦକ୍ଷିଣ ଛତିଶଗଡ ଯାଏଁ ଝାଡ଼ଖଣ୍ଡ ମଧ୍ୟ ଦେଇ ସମୁଦ୍ର ପତ୍ତନ ଠାରୁ ୩.୧ କିମି ରୁ ୫.୮ କିମି ମଧ୍ୟରେ ଗୋଟିଏ ନିମ୍ନ ଚାପ ରେଖା ଲମ୍ବିଛି ।ଏହାଛଡା ଗତକାଲିର ସମୁଦ୍ର ପତ୍ତନ ରେ ଥିବା ନିମ୍ନ ଚାପ ରେଖା ଆଜି ଉତ୍ତର -ପଞ୍ଜାବ ରୁ ହରିୟାଣା, ପଶ୍ଚିମ ଉତ୍ତରପ୍ରଦେଶ, ଉତ୍ତର ଝାଡ଼ଖଣ୍ଡ ଏବଂ ଗଙ୍ଗୀୟ ପଶ୍ଚିମ-ବଙ୍ଗ ଉପତ୍ୟାକା ମଧ୍ୟ ଦେଇ ଉତ୍ତର ପୂର୍ବ ଙ୍ଗୋପସାଗର ଯାଏଁ ଲମ୍ବିଛି ।

ଏହି ଦ୍ୱୟ ପାଣିପାଗ ନିୟାମକ ପ୍ରଭାବରେ ରାଜ୍ୟରେ ଆଗାମୀ ୨୪ ଘଣ୍ଟାରେ ୧୪ ଜିଲ୍ଲା ଗଞ୍ଜାମ, ପୁରୀ, ଖୋର୍ଦ୍ଧା, ଜଗତସିଂହପୁର, କେନ୍ଦ୍ରାପଡା, ଭଦ୍ରକ, ବାଲେଶ୍ୱର, କଟକ, ସୁନ୍ଦରଗଡ, ଝାରସୁଗୁଡା, ସମ୍ବଲପୁର, ବରଗଡ, ମାଲକାନଗିରି ଏବଂ କୋରାପୁଟ ଜିଲ୍ଲାରେ  ପ୍ରବଳ ବର୍ଷାର ସମ୍ଭାବନା ରହିଛି।

Leave a Reply

Your email address will not be published.