କାକଟପୁର ବ୍ରାଞ୍ଚ କେନାଲରେ ଘାଇ (ରିପୋଟ-ଭରତ ମହାରଣା)

କଟକ:ନିଆଳୀ ଜଳସମ୍ପଦ ଉପଖଣ୍ଡ ଅଧିନ କାକଟପୁର ବ୍ରାଞ୍ଚ କେନାଲ ଗତକାଲି ସଂଧ୍ୟା ୬.୩୦ ମି.ରେ ବନ୍ଧଭାଙ୍ଗି ଗାଁ ଭିତରେ ପାଣି ପସିବା ଫଳରେ କୃତ୍ରିମ ବନ୍ୟା ସୃଷ୍ଟି ହୋଇଛି । ଗତକାଲି ବିଳମ୍ବିତ ରାତିରେ ଘାଇରେ ବନ୍ଦ କରିବା ପାଇଁ ଚେଷ୍ଟା କରାଯାଇଥିଲେ ସୁଦ୍ଧା କିଛି ସୁଫଳ ମିଳିପାରିନାହିଁ । ଘାଇ ଦେଇ ପାଣି ପ୍ରବେଶ କରୁଥିବା ରୁ ଏବେ ବରିମୁଣ୍ଡେଇ ଗାଁରେ କୃତିମ ବନ୍ୟା ପରିସ୍ଥିତି ଦେଖା ଦେଇଛି । ଗ୍ରାମରେ ଥିବା ପୋଖରୀ ଗୁଡିକ ବୁଡି ଯିବା ଫଳରେ ମାଛ ଚାଷୀ କ୍ଷତି ଗ୍ରସ୍ଥ ହୋଇଛନ୍ତି । ଲୋକ ଙ୍କ ଘରେ ପାଣି ପସିଯିବା ଫଳ ରେ କିଛି ଲୋକ ନଇବନ୍ଧରେ ମଧ୍ୟ ମୁଣ୍ଡ ଗୁଞ୍ଜି ଥିବାର ଦେଖିବାକୁ ମିଳିଛି । ବେଳକୁ ବେଳ ଗାଁ ମଧ୍ୟରେ ପାଣି ବଢୁଥିବା ରୁ ଗ୍ରାମବାସୀ ଆତଙ୍କିତ ହୋଇଛନ୍ତି । ଗ୍ରାମବାସୀ ଏବେ ଜଳବନ୍ଦୀ ହୋଇ ରହିଛନ୍ତି । ଘଟଣାକୁ ୧୨ ଘଣ୍ଟା ବିତିଯାଇଥିଲେ ସୁଦ୍ଧା ବିଭାଗୀୟ କତୃପକ୍ଷ ଘାଇ ବନ୍ଦ କରିବାରେ ବିଫଳ ହୋଇଛନ୍ତି । ତୁରନ୍ତ ବିଭାଗୀୟ କତୃପକ୍ଷ ଘଟଣାର ସମାଧାନ କରିବା ସଂପୃକ୍ତ ଗ୍ରାମବାସୀଙ୍କ ପକ୍ଷରୁ ଦାବି ହୋଇଛି ।

Leave a Reply

Your email address will not be published.