କପିଳାସରେ ବିଶ୍ୱ ହସ୍ତୀ ଦିବସ ପାଳିତ


ଢେଙ୍କାନାଳ, (ସୌମ୍ୟ ରଞ୍ଜନ ମହାନ୍ତି): ହାତୀ ଆମର ସାଥୀ, ହାତୀର ସୁରକ୍ଷା ଜଙ୍ଗଲ ସୁରକ୍ଷା । ଏହିଭଳି କିଛି ସାମାଜିକ ବାର୍ତ୍ତାକୁ ନେଇ କପିଳାସ ବନାଞ୍ଚଳରେ ଗତକାଲି ପାଳିତ ହୋଇଛି ବିଶ୍ୱ ହାତୀ ଦିବସ । ଏହି ପରିପ୍ରେକ୍ଷୀରେ ପ୍ରାଣୀଉଦ୍ୟାନରେ ରହିଥିଵା ତିନୋଟି ହାତୀଙ୍କୁ ସିନ୍ଦୁର, ଚିତା ଓ ନୂଆ ବସ୍ତ୍ରରେ ସଜାଯାଇ ସେମାନଙ୍କୁ କଦଳୀ ଓ ବିସ୍କୁଟ ଆଦି ଖାଇବାକୁ ଦିଆଯିଇଥିଲା । ଚନ୍ଦୁ, ଉମା ଓ କାର୍ତିକ ନାମକ ଏହି ହସ୍ତୀମାନେ ଆଜି ସକାଳୁ ସଜବାଜ ହୋଇ ନିଜ ନିଜ ଘରେ ରହି ମାହୁନ୍ତମାନଙ୍କ ସହ ଖୁସିରେ ଖାଦ୍ୟ ଖାଇଥିଲେ । ହସ୍ତୀ ଦିବସ ପାଳନ ପାଇଁ ଗତକାଲି କପିଳାସ ପ୍ରାଣୀଉଦ୍ୟାନରେ ରେଞ୍ଜ ପକ୍ଷରୁ ବ୍ୟାପକ ସୁରକ୍ଷା ପ୍ରସ୍ତୁତ ହୋଇଥିଲା । ହାତୀ ରହିଥିବା ସ୍ଥାନକୁ ସାଧାରଣ ଲୋକଙ୍କ ପ୍ରବେଶ ଉପରେ ରୋକ ଲଗାଯାଇଥିଲା । ହେଲେ ହସ୍ତୀ ଦିବସରେ ସବୁଠୁ ବେଶି ମନେ ପଡୁଥିଲା ପଦମା । ହର୍ପିସ ରୋଗରେ ପୀଡିତ ଥିବାରୁ ତାକୁ ଅଲଗା ରଖାଯାଇଛି ବୋଲି ସୂଚନା ଦେଇଛନ୍ତି ଏସଇଏଫ ରଶ୍ମୀ ରଞ୍ଜନ ସ୍ୱାଇଁ । ପ୍ରାଣୀ ଉଦ୍ୟାନରେ କପିଳାସ ରେଞ୍ଜ ଅଧିକାରୀ ଗୌତମ ପ୍ରଧାନ ଅନ୍ୟାନ୍ୟ ପଦାଧିକାରୀମାନେ ଉପସ୍ଥିତ ରହି ହସ୍ତି ଦିବସକୁ ପାଳନ କରିଥିଲେ ।

Leave a Reply

Your email address will not be published.