ଆଜିଠୁ ଖୋଲିଲା କପିଳାସ, ଦୀର୍ଘ ଦିନ ପରେ ପୂରଣ ହେଲା ଭକ୍ତଙ୍କ ଆଶା

ଢେଙ୍କାନାଳ, (ସୌମ୍ୟରଞ୍ଜନ ମହାନ୍ତି): ବହୁଦିନପରେ ଖୋଲିଲା କପିଳାସ । ଆଜି ଢେଙ୍କାନାଳ ଜିଲ୍ଲାର ବିଶ୍ୱ ପ୍ରସିଦ୍ଧ ବାବା ଚନ୍ଦ୍ରଶେଖର ଜିଉଙ୍କ ପୀଠ କପିଳାସ ଠାରେ ଭକ୍ତଙ୍କ ଖୁସି କହିଲେ ନସରେ । ବହୁ ଦୂର ଦୁରାନ୍ତରୁ ଆସିଛନ୍ତି ଶ୍ରଦ୍ଧାଳୁ । ଦୀର୍ଘ ଦିନ ପରେ ପ୍ରଭୁଙ୍କୁ ଦର୍ଶନ କରି ଜୀବନ ଧନ୍ୟ ହାଇଗଲା ବୋଲି ଭକ୍ତଙ୍କ ଠାରୁ ଶୁଣିବାକୁ ମିଳିଛି । ମନ୍ଦିର ପ୍ରାଙ୍ଗଣରେ ଆଜି ଭକ୍ତଙ୍କୁ ଦେଖି ସେବାୟତ ମାନେ ଖୁସି ଅଛନ୍ତି କାରଣ ବହୁଦିନହେଲା କରୋନା ମହାମାରୀ ପାଁଇ ମନ୍ଦିର ବନ୍ଦ ଥିବାରୁ ପ୍ରତିପୋଷଣରେ ବ୍ୟାଘାତ ହୋଇଥିଲା । ଭକ୍ତଙ୍କ ସମାଙ୍ଗମରେ ପୁରିଉଠୁଛି ବାବାଙ୍କ ପୀଠ । ସେବାୟତଙ୍କ ଠାରୁ ଭକ୍ତ ଏବଂ ଉଠା ଦୋକାନୀ ପର୍ଯ୍ୟନ୍ତ ସମସ୍ତେ ଯେପରି ଏହି ଦିନକୁ ଅପେକ୍ଷା କରିଥିଲେ ବୋଲି ସେମାନଙ୍କ ଠାରୁ ଶୁଣିବାକୁ ମିଳିଛି ।

Leave a Reply

Your email address will not be published.