ରାସ୍ତା ଉପରୁ ଯୁବକର ଶବ ଉଦ୍ଧାର

ବାରଙ୍ଗ,୨୧।୯(ଏନ୍ ନ୍ୟୁଜ୍) ବାଙ୍କୀ ତ୍ରିଶୁଲିଆ ରାସ୍ତାର ବେଣ୍ଟକାରପଡା ହାଡବାଇ ଛକ ନିକଟରୁ ଜଣେ ଯୁବକର ଶବ ଉଦ୍ଧାର କରିଛି ବାରଙ୍ଗ ଥାନା ପୁଲିସ। ଶବଟି ମଙ୍ଗଲୁ ପୁର୍ତ୍ତି ନାମକ ଜଣେ ୩୦ ବର୍ଷିୟ ଯୁବକର ସେ ନିକଟସ୍ଥ ଏକ ଇଟାଭାଟୀର ଶ୍ରମିକ। ତାଙ୍କ ଘର ଯୋଡା ବଡବିଲ ଅଞ୍ଚଳରେ। ସକାଳୁ  ରାସ୍ତା ଉପରେ ମରିପଡିଥିବାର  ସୂଚନା ପାଇ ବାରଙ୍ଗ ଥାନା ପୁଲିସ ଶବଟିକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ କଟକ ବଡ ଡାକ୍ତରଖାନାକୁ ପଠାଇଛି। ବାରଙ୍ଗ ଥାନାରେ ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜ୍ କରିବା ସହିତ ସେ ଅଜଣା ଗାଡି ଧକ୍କାରେ ମରିଥିବାର ଅନୁମାନ କରୁଛି।

Leave a Reply

Your email address will not be published.