ବନ୍ଧୁକ ମୁନରେ ଯୁବକଙ୍କୁ ଅପହରଣ, ୩୦ ଲକ୍ଷ ଟଙ୍କା ମାଗିବା ଘଟଣାରେ ୪ଜଣକୁ ଅଟକ ରଖିଛି ଲକ୍ଷ୍ମୀ ସାଗର ଥାନା ପୁଲିସ

ଭୁବନେଶ୍ୱର, (ନାଗରାଜ ନ୍ୟୁଜ): ବନ୍ଧୁକ ଦେଖାଇ ଯୁବକଙ୍କୁ ଅପହରଣ । ୩୦ ଲକ୍ଷ ଟଙ୍କା ମାଗିବା ଘଟଣାରେ ୪ଜଣ ଅଟକ । ପୁଲିସର ପଚରାଉଚରା ଜାରି । ଭୁବନେଶ୍ୱରର ଲକ୍ଷ୍ମୀସାଗର ଅଞ୍ଚଳରୁ ଯୁବକଙ୍କୁ କରାଯାଇଥିଲା ଅପହରଣ । ଏହି ଘଟଣାରେ କମିଶନରେଟ ପୋଲିସ ୪ଜଣ ଲୋକଙ୍କୁ ଅଟକ ରଖି ସେମାନଙ୍କୁ ପଚରାଉଚରା କରୁଛି  । ସୂଚନା ଅନୁଯାୟୀ, ଅପହରଣ ହୋଇଥିବା ଯୁବକ ଜଣକ କର୍ଣ୍ଣାଟକର ବେଙ୍ଗାଲୁରୁର ଏକ କଲେଜରେ ବିବିଏ ପଢନ୍ତି । କୋଭିଡ ମହାମାରୀ ହେତୁ ସେ ଘରକୁ ଫେରି ଆସିଥିଲେ । ତାଙ୍କୁ ଭୁବନେଶ୍ୱରର ଲକ୍ଷ୍ମୀସାଗର ଅଞ୍ଚଳରୁ ଅପହରଣ କରାଯାଇଥିଲା । ଏବେ ଛାତ୍ରଙ୍କୁ ଉଦ୍ଧାର କରିଛି ପୁଲିସ । ଛାତ୍ରଙ୍କୁ ଉଦ୍ଧାର କରିବା ସହ କାର ଓ ମାରଣାସ୍ତ୍ର ଜବତ କରିଛି ଲଷ୍ମୀସାଗର ଥାନା ପୁଲିସ । ଘଟଣାରେ ୪ ଜଣକୁ ଅଟକ ରଖି ଜେରା କରୁଛି ପୁଲିସ । ଆଜି ଅନୁଷ୍ଠିତ ହେବାକୁ ଥିବା ଏକ ପ୍ରେସ୍‌ମିଟ୍‌ରେ ଡିସିପି ଏହି ବିଷୟରେ ସବିଶେଷ ସୂଚନା ଦେବେ ।

Leave a Reply

Your email address will not be published.