ରଥଯାତ୍ରାକୁ ଜାତୀୟ ଛୁଟିର ମାନ୍ୟତା ଦିଆଯିବା ନେଇ କେନ୍ଦ୍ରକୁ ଚିଠି

ପୁରୀ: ଜଗନ୍ନାଥଙ୍କ ବିଶ୍ବପ୍ରସିଦ୍ଧ ରଥଯାତ୍ରା ଦେଖିବାକୁ କେବଳ ଦେଶ ନୁହେଁ ବିଦେଶରୁବି ଲୋକେ ଛୁଟି ଆସିଥାନ୍ତି । ଜଗନ୍ନାଥ ପ୍ରେମି ଏହି ଦିନକୁ ଅପେକ୍ଷା କରି ରହିଥାନ୍ତି । ଆଜି ମହାପ୍ରଭୂଙ୍କ ଘୋଷଯାତ୍ରା ଜାତୀୟ ଛୁଟିର ମାନ୍ୟତା ପାଉ ବୋଲି ପୁରୀ ହରଚଣ୍ଡୀ ସାହିର ବ୍ୟାଙ୍କ କର୍ମଚାରୀ ଉମାକାନ୍ତ ବେହେରା ଚିଠି ମାଧ୍ୟମରେ ଜଣାଇଛନ୍ତି ।

ସେ ଉଲ୍ଲେଖ କରିଛନ୍ତିଯେ, ରଥଯାତ୍ରା ଦେଖିବା ନିମନ୍ତେ ସମଗ୍ର ଦେଶରୁ କୋଟି କୋଟି ଭକ୍ତ ଆସିବାକୁ ଆଶା ରଖିଥିଲେ ହେଁ ସରକାରୀ ଛୁଟି ହୋଇ ନଥିବାରୁ ଶ୍ରୀଜିଉଙ୍କ ରଥଟଣା ଦେଖି ପାରୁନାହଁାନ୍ତି । ଟେଲିଭିଜନରେ ମଧ୍ୟ ରଥଯାତ୍ରାର ସିଧାପ୍ରସାରଣ ଦେଖି ହେଉନି ।

ଜଗତର ନାଥ ଜଗନ୍ନାଥଙ୍କ ଏହି ମହାପର୍ବରେ ଖ୍ରୀଷ୍ଟିଆନ୍‌, ମୁସଲମାନ, ହିନ୍ଦୁ ସମବେତ ଭାବେ ଭାବବିହ୍ବଳ ହୋଇଉଠନ୍ତି । ଅନେକ ପର୍ବକୁ ସରକାର ଛୁଟି ଘୋଷଣା କରିଥିବା ବେଳେ ଏହି ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଅବସରରେ ଛୁଟି ଘୋଷଣା କରିବାକୁ ସେ ନିବେଦନ କରିଛନ୍ତି ।

Leave a Reply

Your email address will not be published.